ଯୁବ ବ୍ୟବସାୟୀଙ୍କ ପରଲୋକ
କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ଗ୍ରାମର ଯୁବ ବ୍ୟବସାୟୀ ଦିଲ୍ଲୀପ କୁମାର ସାହୁ (୪୪)ଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡିତ ରହିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସେ ଜଣେ ଶାନ୍ତ, ସରଳ, ପରୋପକୀରୀ ବ୍ୟକ୍ତିତ୍ୱ ଭାବରେ ପରିଚିତ ଥିଲେ । ତାଙ୍କର ଗୋଟିଏ ୧୧ବର୍ଷର ଝିଅ ଏବଂ ଦେଢ଼ ବର୍ଷର ପୁଅ ରହିଛି । ତାଙ୍କ ପରଲୋକ ଖବର ପାଇ୧୧ନମ୍ବର ଜୋନ ଜିଲାପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ, ରାଇଛନ୍ଦା ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ ମଲ୍ଲିକ, ସମିତିସଭ୍ୟା ଅନିତା ବେହେରା, ପୂର୍ବତନ ସମିତି ସଭ୍ୟ ସତ୍ୟାନନ୍ଦ ରାଉତ, ରମାକାନ୍ତ ବାଉଳ, ଜିତେନ୍ଦ୍ର ରାଉତ, ପ୍ରଶନ ରାଉତ, ଚନ୍ଦ୍ରମଣି ସାହୁ, ସୁବାସ ସାମଲଙ୍କ ସମେତ ଅନେକ ତାଙ୍କ ବାସଭାବନରେ ପହଞ୍ଚି ସାନ୍ତ୍ୱନା ଦେବାସହିତ ଅମର ଆତ୍ମର ସଦଗତି କାମନା କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ମା, ବଡ଼ ଭାଇ ରବୀନ୍ଦ୍ର, ବୁଲୁ, ପନôୀ, ପିଉସୀ ନାନୀ, ଭାଉଜ, ପୁତୁରା, ଝିଆରୀ ଉପସ୍ଥିତ ରହିଥିଲେ । ଗ୍ରାମ ନଦୀପଠାରେ ଶେଷକୃତ ସମ୍ପନ୍ନ କରାଯାଇଥିବା ବେଳେ ପୁତୁରା ଚିଙ୍କୁ ମୁଖାଗ୍ନୀ ଦେଇଥିଲେ ।