ସମ୍ଭାଗସ୍ତରୀୟ ପ୍ରଧାନଆଚାର୍ଯ୍ୟ ସମ୍ମିଳନୀ ଉଦ୍ଘାଟିତ

 ପଟ୍ଟାମୁଣ୍ଡାଇ  : ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ଭାଗସ୍ତରୀୟ ଦୁଇ ଦିନିଆ ପ୍ରଧାନଆଚାର୍ଯ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରସନ୍ନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରମୁଖ କପିଳ ଚରଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ଶ୍ରୀଧର ରାଉତ ସ୍ୱାଗତ ଭାଷଣ, ପ୍ରଧାନଆଚାର୍ଯ୍ୟ ପ୍ରଭାତକିଶୋର ନାୟକ  ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ଭାଗସଂଯୋଜକତୁଶାରକାନ୍ତୀ ଦାଶସାମୂହିକ ପରିଚୟ ତଥ୍ୟ ସୂଚନା ପ୍ରଦାନ କରିଥିଲେ  । ପଟ୍ଟାମୁଣ୍ଡାଇସଙ୍କୁଳ ପ୍ରମୁଖ ପ୍ରଦୀପକୁମାରମଲିକ, ଶିଶୁବିଦ୍ୟାମନ୍ଦିରକୋଷାଧ୍ୟକ୍ଷ ଡ. ରବିନାରାୟଣ ଦାସଯୋଗ ଦେଇଥିଲେ । ସହସମ୍ପାଦକ ଦେବାଶିଷ ପଣ୍ଡା ଧନ୍ୟବାଦ ଦେଇଥିଲେ । ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ପ୍ରମୋଦ ନାୟକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । କ୍ଷେତ୍ରଲେଖାଗାର ପ୍ରମୁଖ ପ୍ରସନ୍ନ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେଯୋଗଦେଇଥିଲେ । ରବି ନାରାୟଣ ପଣ୍ଡା ମୁଖ୍ୟବକ୍ତା, ସଂମ୍ଭାଗ ସଭାପତି ଶିବ ନାରାୟଣ ସିଂହ  ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ପ୍ରମୋଦ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ସମ୍ମିଳନୀରେ ବିଭିନ୍ନ ବିଦ୍ୟାମନ୍ଦିରରୁ ଯୋଗ ଦେଇଥିବା ପ୍ରଧାନଆଚାର୍ଯ୍ୟ ଓ ଅତିଥିଙ୍କୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ନାୟକ, ସମ୍ପାଦକ ଶ୍ରୀଧର ରାଉତ, ସହସଂପାଦକ ଦେବାଶିଷ ପଣ୍ଡା ଓ କୋଷାଧ୍ୟକ୍ଷ ଡାରବି ନାରାୟଣ ଦାଶ ସର୍ମ୍ବଦ୍ଧିତ କରିଥିଲେ ।