ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର
ରାଇଘର : ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ଠାରେ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଯୁଗ୍ମ ଜନଶୁଣାଣି ଶିବିର ରେ ବ୍ଲକ ର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୫ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା । ଏହି ମଧ୍ୟରୁ ୭ଗୋଟି ଗୋଷ୍ଠୀ ଗତ ସମସ୍ୟା ରହିଥିବା ବେଳେ ୧୮ ଗୋଟି ବ୍ୟକ୍ତି ଗତ ଆପତ୍ତି ଅଭିଯୋଗ ରହିଥିଲା ବେଳେ ଦୁଇ ଗୋଟି ସମସ୍ୟା ର ତ୍ୱରିତ ସମାଧାନ ଶିବିରରେ ସମାଧାନ କରଯାଇଥିଲା ।ଏଥିରେ ବିଦୁ୍ୟତ୍ ସଂଯୋଗି କରଣ,ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ଯୁକ୍ତ ତିନି ଛାତ୍ର ଛାତ୍ରୀଙ୍କ ପଠନ ପାଇଁ ନୂତନ ଶ୍ରେଣୀ ଗୃହ ନିର୍ମାଣ ଆଦି ବହୁବିଧ ସମସ୍ୟା ଉପରେ ଆପତ୍ତି ଅଭିଯୋଗର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଶୁଣାଣି କରି ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ଏହି ଜନଶୁଣାଣି ଶିବିର ରେ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା,ଡି ଏସ ଡବ୍ଲୁ ଓ ଦ୍ରୌପଦୀ କହଁର, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ସନ୍ତୋଷ କୁମାର ପଣ୍ଡାଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ, ସହ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝୀ, ସ୍ଥାନୀୟ ତହସିଲଦାର ରିତୁ ସିଂ, ରାଇଘର ବ୍ଳକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର,ରାଇଘର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଈଶ୍ୱର ଚନ୍ଦ୍ର ମାଝୀଙ୍କ ସହ ସମସ୍ତ ବିଭାଗର ଅଧିକାରିଗଣ ପ୍ରମୁଖ ଯୋଗ ଦେଇଥିଲେ ।