ଆଜି ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ; ଗସ୍ତକୁ ନେଇ ଟ୍ରାଫିକ୍ ନିଦେ୍ର୍ଦଶନାମା ଲାଗୁ
ଭୁବନେଶ୍ୱର, ୯ା୫ : ଆଜି ପ୍ରଧାନ ମନ୍ତ୍ରୀ ଓଡ଼ିଶା ଆସୁଛନ୍ତି ଏବଂ ଭୁବନେଶ୍ୱରରେ ମାଷ୍ଟର କ୍ୟାଷ୍ଟିନ୍ ଛକ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଏକ ରୋଡ ସୋ ରେ ଯୋଗ ଦେବେ । ଜନସାଧାରଣଙ୍କ ସୁଗନାଗମନକୁ ଦୃଷ୍ଟିରେ ରଖି ଓଡ଼ିଶା ଅର୍ବାନ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ଧାରା) ଏବଂ ପୁଲିସ କମିଶନରେଟ୍ ଭୁବନେଶ୍ୱର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ, ଟ୍ରାଫିକ୍ ନିଦେ୍ର୍ଦଶନାମା ଲାଗୁ କରାଗଲା । ଶୁକ୍ରବାର ଦିନ ୨ ଘଟିକା ଠାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ଜନପଥ ଯାହାକି ମାଷ୍ଟର କ୍ୟାଣ୍ଟିନ୍ ଠାରୁ ବାଣୀବିହାର ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯିବା ଆସିବା କରି ପାରିବେ ନାହିଁ । ଅପରାହ୍ନ ୪ ଘଟିକା ଠାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ଜନପଥ ଯାହାକି ମାଷ୍ଟର କ୍ୟାଣ୍ଟିନ୍ ଠାରୁ ବାଣୀବିହାର ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯିବା ଆସିବା କରି ପାରିବେ ନାହିଁ । ଜନପଥ ମାଷ୍ଟର କ୍ୟାଣ୍ଟିନ୍ ବାଣୀବିହାର ଏବଂ ବାଣୀବିହାର ମାଷ୍ଟର କ୍ୟାଣ୍ଟିନ୍ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାକୁ କୌଣସି ପ୍ରକାରର ଯାନବାହାନ ଉପର ଲିଖିତ ତାରିଖ ଓ ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ । ଉପରୋକ୍ତ ନିଦେ୍ର୍ଦଶନାମା ଅନୁସାରେ ମାଷ୍ଟର କ୍ୟାଣ୍ଟିନ୍ ଓ ବାଣୀବିହାର ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ନିମନ୍ତେ କମିଶନରେଟ୍ ପୁଲିସ, ଭୁବନେଶ୍ୱର- କଟକ ଜନସାଧାରଣଙ୍କୁ ଅନୁରୋଧ କରୁଛି ।