ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସାମ୍ୱାଦିକ
ପାପଡାହାଣ୍ଡି : ନବରଂଗପୁର ଓ କଳାହାଣ୍ଡି ସୀମାନ୍ତ ଆମ୍ବପାଣି ଘାଟି ନିକଟ ଖଡକାପଦର ବୁଲାଣି ନିକଟରେ ଏକ କାର ଭାରଶ୍ୟାମ ହରାଇ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ନବରଂଗପୁର ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧି ଧିରେନ କୁମାର ପଣ୍ଡା ଅଫିସିଆଲ୍ କାମ ପାଇଁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ତାଙ୍କର କାର ( ଓ ଡି ୦୨ଏ ୯୭୧୩) ଟି ଆମ୍ବପାଣି ଘାଟି ନିକଟ ବର୍ତ୍ତି ଖଡକାପଦର ବୁଲାଣି ନିକଟରେ ଭାରଶ୍ୟାମ ହରାଇ କ୍ରସ ବ୍ୟାରିଓରରେ ପିଟି ହୋଇଥିଲା । ଫଳରେ ଶ୍ରୀ ପଣ୍ଡା ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କର କାର ଦୁର୍ଘଟଣା ହୋଇ ନଷ୍ଟ ହୋଇଥିବା ଜଣାପଡିଛି । ପରେ ପାପଡାହାଣ୍ଡି ଓ ମୈଦଲପୁର ଗଣ ମାଧ୍ୟମ ପ୍ରତିନିଧି କାରକୁ ଉଦ୍ଧାର କରି ତାଙ୍କ ଘରକୁ ପଠାଇ ଥିଲେ । ସୂଚନା ଥାଉକି, ଆମ୍ବପାଣି ନିକଟ ଖଡକାପଦର ବୁଲାଣିରେ ଦୈନଦିନ ଦୁର୍ଘଟଣା ଘଟିବାରେ ଲାଗିଛି । ଏଥି ପ୍ରୀତି ଏନଏଚ କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଲେ ଏଥିରୁ ସାଧାରଣ ଜନତା ଦୁର୍ଘଟଣାରୁ ବଞ୍ଚି ଯାଇଥାନ୍ତେ ।
ପିଇଓଙ୍କ ବଦଳି ଦାବି