ମନ୍ତ୍ରୀ ସମ୍ପଦଙ୍କ ସହ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲଙ୍କ ଆଲୋଚନା

ଭୁବନେଶ୍ୱର : ଆଜି ଅପରାହ୍ଣରେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ୍ ମିଷ୍ଟର ହଗ୍ ବୋଲ୍ୟାନ୍ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ବିଧାନସଭାର କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଉତ୍ତରୀୟ ଏବଂ ସ୍ମାରକ ମିଷ୍ଟର ହଗ୍ ବୋଲ୍ୟାନ୍ଙ୍କୁ ପ୍ରଦାନ କରିଥିଲେ । ମିଷ୍ଟର ହଗ୍ ବୋଲ୍ୟାନଙ୍କର ଏହା ଥିଲା ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତ ସମୟରେ ଆଗାମୀ ଦିନରେ ରାଜ୍ୟରେ ବ୍ୟବସାୟିକ ସୁଯୋଗ ଓ ସମ୍ଭାବନା ସମ୍ବନ୍ଧରେ ସେ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦସ୍ଥ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ୍ଙ୍କ ସହିତ ଅଞ୍ଜେଲିନା ନାୟାର ଏବଂ ଅନଘା ନାୟାର ଉପସ୍ଥିତ ଥିଲେ ।