ଦୁର୍ଘଟଣାରେ ଖବରକାଗଜ  : ବିତରକ ସଂଘ ସଭାପତି ଆହତ

 ପାରାଦୀପ : ପାରାଦୀପ ଖବରକାଗଜ ବିତରକ ସଙ୍ଘର ସଭାପତି ପ୍ରଦୀପ କୁମାର ଜେନା ରବିବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି  । ଜୟଦେବ ସଦନ ଗୋଲେଇ ଛକ ନିକଟରେ ପଛପଟୁ  ଦୃତ୍ଗତିରେ  ବେପାରୁଆ ଭାବେ ଯାଉଥିବା ଜନୈକ ବାଇକ୍ ଆରୋହୀ ଧକ୍କା ଦେବାରୁ ଜେନା ଗୁରୁତର ଅବସ୍ଥାରେ ବନ୍ଦର ଚିକିସôାଳୟରେ ଭର୍ତ୍ତି ହୋଇଥିଲେ  । ତାଙ୍କ ମୁଣ୍ଡର ପଛ ପଟ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି  । ତେବେ  ତାଙ୍କ ମୁଣ୍ଡରେ ୪ ଟି ଷ୍ଟିଚ ହୋଇଛି, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି  ।  ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ଓ ବିତରକ ସଙ୍ଘର ସଦସ୍ୟ ମାନେ ଜେନାଙ୍କୁ ଭେଟି ଆଶ୍ୱାସନା ଦେବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  । ତେବେ ସହରରେ  ବେପାରୁଆ  ବାଇକ୍ ଚାଳକ ମାନଙ୍କ ପାଇଁ  ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଧନ ଜୀବନ ହାନି ହେବାରେ ଲାଗିଛି, ବେଳହୁ ବେପରୁଆ  ବାଇକ୍ ଚାଳକ ମାନଙ୍କ ପ୍ରତି ସ୍ଥାନୀୟ  ପୁଲିସ  କଡା ଆଭିମୁଖ୍ୟ ଗ୍ରହଣ  ନକଲେ ବାରମ୍ବାର ଏଭଳି ଦୁର୍ଦ୍ଧଟଣା ଏଡ଼ାଇ ଦିଆଯାଇ ନ ପାରେ  ।