ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

 ଚମ୍ପୁଆ: ଦିନକୁ ଦିନ ବଢୁଥିବା ସଡ଼କ ଦୁର୍ଘଟଣା ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏନେଇ ଜିଲ୍ଲା ସଡ଼କ ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରାଯାଉଛି । ଏହି ପରୀପ୍ରେକ୍ଷୀରେ ଆଜି ଚମ୍ପୁଆ ଘରୋଇ ବସଷ୍ଟାଣ୍ଡ ଠାରେ ଏକ ସଚେନତାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ତଥା ପଥପ୍ରାନ୍ତ ନାଟକ ଦ୍ୱାରା ସଡକ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଏଆର୍ଟିଓ ବଡବିଲ ଅଧିକାରୀ ଦୁର୍ଗାପ୍ରସାଦ ରାଓଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଏମଭିଆଇ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜାନୁୟାରୀ ୧ ତାରିଖ ଠାରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ୨୦୨୫ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାକାରମାନଙ୍କ ଦ୍ୱାରା ସଡକ ସୁରକ୍ଷା ନେଇ ସଚେତନାତ୍ମକ ମୂଳକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନା କରାଯାଇଥିଲା । ଦୈନନ୍ଦିନ ଘଟୁଥିବା ସଡକ ଦୁର୍ଘଟଣା ଫଳରେ ବହୁତ ଧନଜୀବନ ହାନି ହେଉଛି । ଏହାର ପ୍ରତିକାର ସ୍ୱରୂପ ତଥା ଦୁର୍ଘଟଣାକୁ କମାଇବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି । ବିଶେଷ ଭାବରେ ବିନା ହେଲମେଟରେ ଯାତ୍ରା କରିବା, ମଦ ପିଇ ଗାଡି ଚାଳନା କରିବା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କରିବା, ଦୃତ ଗତିରେ ଗାଡି ଚାଳନା କରିବା, ଧାର୍ଯ୍ୟ ଓଜନ ଠାରୁ ଅଧିକ ମାଲ ପରିବହନ କରିବା ଆଦି ଦୁର୍ଘଟଣା ଘଟିବାର ପ୍ରମୁଖ କାରଣ ଭାବେ ଉଭା ହୋଇଥିବା ବେଳେ ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସରକାରୀ ଆଇନ ଓ ଫାଇନ ବ୍ୟବସ୍ଥା ଏବଂ ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେବା ପାଇଁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଘରୋଇ ମାଲିସ ସଂଘ ଏଶ୍ରାର ଅଲି, ସୁପର ଭାଇଜର ବିସ୍ୱମ୍ବର ସାହୁ ସମେତ ଟିଆଇ ଜିତେନ୍ଦ୍ର ବେହେରା, ଶ୍ରୀନିବାସ ନାଏକ, ରାଜେଶ କୁମାର ନାଏକ, ଲକ୍ଷ୍ମୀକାନ୍ତ ସାହୁ, ବିଜୟ ଭୂଷଣ ପଣ୍ଡା ସମେତ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।