ଦୁର୍ଘଟଣାରେ ୧ ମୃତ, ୨ ଗୁରୁତର

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ବିଜୁ ଏକ୍ସପ୍ରେସ ୱେରେ ଦୁଇ ବାଇକ୍ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଭବାନୀପାଟଣା ସ୍ଥିତ ଦେପୂର୍ ଗ୍ରାମର ସୁରେନ୍ଦ୍ର ଜାନୀ ହୋଇଥିବା ବେଳେ ଗୁରୁତରମାନେ ହେଲେ ଦେପର ଗ୍ରାମର ରୁପେନ୍ଦ୍ର ଜାନୀ ଓ ଅନ୍ୟ ଜଣେ ଧର୍ମଗଡ଼ ଥାନା ଅନ୍ତର୍ଗତ କିର୍କାକାନି ଗ୍ରାମର ସୁଦାମ ଗୁରୁ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ । ଦଶପୂର୍ ଫାଣ୍ଡି ଏସଆଇ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ତିନି ଗୁରୁତରଙ୍କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିସôାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଡାକ୍ତର ସୁରେନ୍ଦ୍ର ଯାନୀଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତର ବ୍ୟକ୍ତି ଚିକିସôିତ ହେଉଥିବା ଏସଆଇ ସୁଶାନ୍ତ କୁମାର ପଣ୍ଡାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଥାଉକି ଉଭୟ ଦୁଇ ବାଇକ୍ ଗୋଲାମୁଣ୍ଡା ପଟୁ ଧର୍ମଗଡ଼ ଅଭିମୁଖେ ଯାଉଥିବାବେଳେ ଘୋଟିଆ ପାଖରେ ପଳସର ଆରୋହୀ ହଠାତ ଡାହାଣ ପଟକୁ ଗାଡ଼ି ବୁଲେଇବା ସମୟରେ ପଛପଟେ ଥିବା ହୁଣ୍ଡା ଗାଡ଼ି ଧକା ଦେବା ଫଲରେ ଘଟଣାସ୍ଥଳରେ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ  ଦୁଇ ଜଣ ଗୁରୁତର ହୋଇଥିଲେ । ଘଟଣାର  ଅଧିକ ତଦନ୍ତ ଜାରି ରଖିଥିବା ପୁଲିସ ପକ୍ଷରୁ ପ୍ରକାଶ ପାଇଛି ।