ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
ସାଲେପୁର: ଶିଶୁମାନଙ୍କ ମଧ୍ୟରେ ବୌଦ୍ଧିକ ଓ କୌଶଳାତ୍ମକ ବିକାଶ ନିମନ୍ତେ ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ପ୍ରଶାସନିକ ସମିତିର ସଦସ୍ୟ ସଂଜୟ କୁମାର ଦଳାଇଙ୍କ ଅଧ୍ୟକ୍ଷତାରେ ପ୍ରଧାନଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱଭାରତୀ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ କୁମାର ଭୂୟାଁ ଯୋଗ ଦେଇଥିବାବେଳେ ବିଚାରକ ରୂପେ ରବିନ୍ଦ୍ର କୁମାର ସାହୁ, ଗୌର ଚରଣ ସାହୁ, କିଶୋର ଚନ୍ଦ୍ର ସାହୁ, ମାନସ ଚନ୍ଦ୍ର ରାଉତରାୟ, ଜନ୍ମେଜୟ ନାୟକ, ବନ୍ଦିତା ସାହୁ, ବିଜୟ କୁମାର ଷଡ଼ଙ୍ଗୀ, ଲୋକନାଥ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହାର ଉଦ୍ୟାପନ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ମଂଜୁଶ୍ରୀ ପତି ଯୋଗଦେଇ ପୁରସ୍କାର ବିତରଣ କରିଥିବାବେଳେ ପ୍ରଶାସନିକ ସମିତିର ସଦସ୍ୟ ରମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାକୁ ବିଜ୍ଞାନ ପ୍ରମୁଖ ଜ୍ୟୋତିଶଙ୍କର ଦାଶ, ବିଶ୍ୱବିହାରୀ ବେହେରା, ଋତୁପି୍ରୟା ନାୟକ, କଲ୍ୟାଣୀ ରାଉତରାୟ, ଜ୍ଞାନରଂଜନ ସାମଲ ସହଯୋଗ କରିଥିଲେ । ଏଥିରେ ସଂସ୍କୃତି ଜ୍ଞାନ ମୂର୍ତ୍ତି କଳା, ପତ୍ରବାଚନ, ଶିଶୁବାଟିକା ଓ ବିଜ୍ଞାନ ପ୍ରୟୋଗ ପ୍ରକଳ୍ପରେ ୨୫୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।