ସହଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର 

ଯାଜପୁର ଟାଉନ : ପତଞ୍ଜଳି ଯୋଗ ସମିତି ଓ ଭାରତ ସ୍ୱାଭିମାନ ଟ୍ରଷ୍ଟ ଆନୁକୂଲ୍ୟରେ ସହଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି  । ଶିବିରକୁ ବ୍ୟାସନଗର ତହସିଲ ପ୍ରମୁଖ ବଟକୃଷ୍ଣ ସାହୁ ଉଦ୍ଘାଟନ କରିଥିଲେ  । ଯୋଗ ଶିକ୍ଷକ ଭାବେ ବଟକୃଷ୍ଣ ସାହୁଙ୍କ ସମେତ ଭାରତ ସ୍ୱାଭିମାନ ଜିଲ୍ଲା ପ୍ରମୁଖ ଅଧ୍ୟାପକ ବିବେକାନନ୍ଦ ଜେନା ଓ ସହଜିଲ୍ଲା ପ୍ରମୁଖ ବିଭିଷଣ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ଆସନ, ପ୍ରାଣାୟମ ଓ ସୂର୍ଯ୍ୟ ନମସ୍କାର ସମେତ୧୨ଟି କ୍ରୀୟା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ  । ୪୦ରୁ ଉଦ୍ଧ୍ୱର୍ ଶିବିରାର୍ଥୀ ଏହି ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ  । ଯୁବ ପ୍ରଭାରୀ ଉମାକାନ୍ତ ବିଶ୍ୱାଳ ଓ ପତଞ୍ଜଳୀ ଯୋଗ ସମିତିର ଜିଲ୍ଲା ପ୍ରମୁଖ ମନ୍ମଥ ସାମଲ ପରିଚାଳନା କରିଥିଲେ  । ଶିବିରରେ ପ୍ରମୁଖ କାର୍ଯ୍ୟକର୍ତ୍ତା ଭାବେ ଯୋଗଗୁରୁ ଗୋପୀନାଥ ସେଠୀ, ଇଂ ସରୋଜ ଜେନା, ଦେବେନ୍ଦ୍ର ପତି, ଦେବେନ୍ଦ୍ର ସେଠୀ, ଆନନ୍ଦ ଚନ୍ଦ୍ର ସାହୁ, ସତ୍ୟବ୍ରତ ମହାନ୍ତି, ସୁରେନ୍ଦ୍ର ମିଶ୍ର, ଅନନ୍ତ ଓ ଗୋବିନ୍ଦ ସାହୁ, ଋତୁପର୍ଣ୍ଣା ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ  ।