ବାରୋ ଗାଁର ୩ ନଂ ୱାର୍ଡରେ ପାନୀୟ ଜଳ ସମସ୍ୟା 

 କେନ୍ଦ୍ରାପଡ଼ା : ପାଣି ପାଇଁ ମହିଳା ବସିଲେ ଗାଁ ଦାଣ୍ଡରେ । ବସୁଧା ଯୋଜନାରେ ପ୍ରତି ଘରକୁ ପିଇବା ପାନୀୟ ଜଳ ଯୋଗାଣ ପାଇଁ ବସିଛି ପ୍ରତ୍ୟେକ ଲୋକଙ୍କ ଘର ଦୁଆର ମୁଁହରେ ଗୋଟେ ଦୁଇଟି ଲେଖା ପାଇପି ହେଲେ ପାଣିର ଦେଖାନାହିଁ । ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକଙ୍କ ନିକଟକୁ ଦୌଡି ଦୌଡି ନିରାଶ ହୋଇ ଗାଁର ମହିଳାମାନେ ହାତରେ ଗରା, ବାଲ୍ଟି ଧରି ବସିଲେ ଗାଁ ଦାଣ୍ଡରେ ଖବର ପାଇ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚôବା ପରେ ମହିଳା ଘେରିଯାଇଥିଲେ ସରପଞ୍ଚ ଗୋପୀନାଥ ମଲ୍ଲିକଙ୍କୁ ମହିଳାମାନେ ଯେତେବେଳେ ନିଜର ହକ୍ ପାଇଁ ସରପଞ୍ଚଙ୍କୁ ତାଙ୍କ ଦୁଃଖ ଜଣାଉଥିଲେ ସେତେବେଳେ ସରପଞ୍ଚଙ୍କ ପାଟିରୁ କଥା ବାହାରିଲାନାହିଁ । ଅନ୍ୟପକ୍ଷରେ ସେହି ଗ୍ରାମରେ ଥିବା ନଳକୂଅରୁ ବାହାରୁଛି ଗୋଳିଆ ଓ ନମାଟିଆ ପାଣି, ବଞ୍ଚôବା ପାଇଁ ନିହାତି ପାଣିର ଆବଶ୍ୟକ ଥିବାବେଳେ କେହି କେହି ଏହି ନଳକୂଅର ପାଣି ନେଇ ପିଉଥିବା ବେଳେ, କେହି କେହି ଗାଁ ମୁଣ୍ଡରେ ଥିବା ଗାଡିରୁ ପିଇବା ପାଣି ଘରକୁ ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ବ୍ଲକ୍ ଅଧିନ ବାରୋ ପଞ୍ଚାୟତ ଅଧୀନରେ ଥିବା ବାରୋ ଗାଁର ୩ ନଂ ୱାର୍ଡରେ  ମହିଳାଙ୍କ ଅଭିଯୋଗ ପାଣି ଟାଙ୍କି ଠାରୁ ଘର ଏକ କିଲୋମିଟର ବାଟରେ ପ୍ରାୟ ଲୋକ ମଟର ଲଗାଇ ପାଣି ନେଉଥିବା କାରଣରୁ ଆମର ଏହି ଶେଷ ମୁଣ୍ଡକୁ ପାଣି ଉଠୁନାହିଁ । ତାଙ୍କ ପାଇଁ ଏକ ସତନ୍ତ୍ର ଏକ ପାଣି ଟାଙ୍କି ନିର୍ମାଣ କରାଯାଇ ପାଣି ଯୋଗାଇ ଦିଆଯାଉ । ଆଉ ପାଣି ଯୋଗାଇ ଦେବାର ପ୍ରତିଶ୍ରୁତି ସରପଞ୍ଚ ଦେଇଥିଲେ ବି ମହିଳାଙ୍କର ସରପଞ୍ଚଙ୍କ କଥାରେ ଦମ୍ ନାହିଁ ତାଙ୍କ ପ୍ରତିଶ୍ରୁତିର କୌଣସି ମୂଲ୍ୟ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ଆନେ୍ଦାଳନକାରୀ ।