ଦେବସ୍ନାନ ଯାତ୍ରା ପାଇଁ ରାସ୍ତାଘାଟ ମରାମତି ଦାବି
ନିଶ୍ଚିନ୍ତକୋଇଲି : ଭବିଷ୍ୟତ ମାଳିକା ରଚୟିତା ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆଉମାତ୍ର ୮ ଦିନ ରହିଲା । ବିଗତ ଦିନରେ ପ୍ରଶାସନ ପକ୍ଷରୁ ପୀଠ ମଧ୍ୟକୁ ସଂଲଗ୍ନ କରୁଥିବା ଚୁର୍ତୁପାଶ୍ୱର୍ ରାସ୍ତା ଯଥା କୁଞ୍ଜବିହାରୀ ପୀଠ ଠାରୁ ଅଚୁ୍ୟତାନନ୍ଦଙ୍କ ପୀଠ ମାଳିଗାଁ, ପୁନ୍ଦାଳ କେନାଲ ବନ୍ଧର ମାଳିଗାଁ ଛକଠାରୁ ଗୋପବନ୍ଧୁ ଛକ, ବଙ୍ଗାଳୀସାହି ପୋଲଠାରୁ ମହାପୁରୁଷ ଅଚୁ୍ୟତାନନ୍ଦ ପୀଠ ଓ ସୁରସିଂ ପୋଲ ଠାରୁ ମା’ ଜାଗୁଳାଇ ପୀଠ ଦେଇ ମହାପୁରୁଷଙ୍କ ପାଖକୁ ଆସିଥିବା ରାସ୍ତା ସଂକୁଚିତ ହୋଇଯାଇଛି । ଏହି ସବୁ ରାସ୍ତା ବିଭିନ୍ନ ସ୍ଥାନରେ ୪୦ ରୁ ୫୦ କଡି ଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବ୍ୟକ୍ତିମାନେ ଜବରଦଖଲ କରିଛନ୍ତି । ଫଳରେ ଏହି ରାସ୍ତା ଦେଇ ଚାରିଚକିଆ ଯାନ ଗଲା ବେଳେ ବିପରୀତ ଦିଗରୁ ଆଉ ଗୋଟିଏ ଯାନ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ପଡିବ । ଦେବସ୍ନାନ ଯାତ୍ରାରେ ୭ ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ଥିବାରୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଭକ୍ତମାନେ ଏହି ବାଟ ଦେଇ ପୀଠ ମଧ୍ୟକୁ ଆସିବେ । ଦିନେ ଦୁଇ ଦିନ ପୂର୍ବରୁ ଏହି ରାସ୍ତା ସଫେଇ କରାଯିବ ସହ ଜବରଦଖଲ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କଲେ ଯାତ୍ରାରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଅଚୁ୍ୟତପ୍ରେମୀ ଭକ୍ତମାନେ ମତ ଦେଇଛନ୍ତି । ଠିକ୍ ସେହିପରି ଚିତ୍ରୋତ୍ପଳା ନଦୀର ବରପଡା ସେତୁ ପାଖରୁ ମହାପୁରୁଷ ପୀଠ ପର୍ଯ୍ୟନ୍ତ ଯାଇଥିବା ନଦୀ ବନ୍ଧର ଉଭୟ ପାଶ୍ୱର୍ରେ ଏକ ଫୁଟ ବହଳର ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି । ଚିତ୍ରୋତ୍ପଳା ନଦୀର ବିଭିନ୍ନ ସ୍ଥାନରୁ ବାଲି ଟ୍ରାକ୍ଟର ଓ ହାଇୱା ଯୋଗେ ବାଲି ଯାଉଥିବାରୁ ଗାଡିରୁ ବାଲି ଝଡି ଉଭୟ ପାଶ୍ୱର୍ ଜମି ଥିବା ଦେଖିବାକୁ ମିଳୁଛି । ସରକାରୀ ନିୟମ ମୁତାବକ ବାଲି ଲିଜ୍ଧାରୀମାନେ ଏହି ରାସ୍ତାକୁ ସଫା କରିବା ପାଇଁ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରେ ଚୁକ୍ତିବଦ୍ଧ ହୋଇଥିବାବେଳେ ବାଲି ଲିଜ୍ଧାରୀ ଚୁକ୍ତି ଖିଲାପ କରୁଥିବା ଅଭିଯୋଗ ହୋଇଛି । ନିଶ୍ଚିନ୍ତକୋଇଲି ଓ କିଶୋର ନଗର ତହସିଲଦାରଙ୍କ ପକ୍ଷରୁ ବନ୍ଧ ସଫେଇ ପାଇଁ ନିଦେ୍ର୍ଦଶନାମା ଜାରି କରାଗଲେ ଚଳିତ ଯାତ୍ରାରେ ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ଯାଆସ କରିପାରିବେ ବୋଲି ମତପ୍ରକାଶ ପାଇଛି ।