ପିଆଜର ନୂତନ କିସମ "ଅର୍କକଲ୍ୟାଣ'ର ବଜାର ପ୍ରବେଶ
ନୀଳଗିରି: ଭାରତ ସରକାରଙ୍କ କୃଷିମନ୍ତ୍ରଣାଳୟ ଆନୁକୁଲ୍ୟରେ ସ୍ୱଂୟ ସଂଚାଳିତ ଭାରତୀୟ କୃଷିଗବେଷଣା ପରିଷଦ ଓ କେନ୍ଦ୍ରୀୟ ଉଦ୍ୟାନକୃଷି ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ଜାତୀୟ ଶସ୍ୟ ପରିଚାଳନା ସମ୍ମିଳନୀ ଭୁବନେଶ୍ୱରର ଆଇଗିଣିଆ ଠାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗର ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ଆଇସିଏଆରର ନିଦେ୍ର୍ଦଶକ ହିମାଂଶୁ ପାଠକ, ପୂର୍ବତନ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶୋଭନ କୁମାର ପଟ୍ଟନାୟକ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ନୂଆଦିଲ୍ଲୀ ଆଇସିଏଆର ଉପ ମହାନିଦେ୍ର୍ଦଶକ ପ୍ରଫେସର ସଞ୍ଜୟ କୁମାର ସିଂହ, ନୂଆଦିଲ୍ଲୀ ଆଇସିଏଆର ଅତିରିକ୍ତ ମହାନିଦେ୍ର୍ଦଶକ ସୁଧାକର ପାଣ୍ଡେ ଏବଂ ବାଙ୍ଗାଲୋର ଆଇସିଏଆର ନିଦେ୍ର୍ଦଶକ ତୁଷାରକାନ୍ତୀ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଏକ ବର୍ଣ୍ଣାଢ଼୍ୟ ଉସôବରେ ନୀଳଗିରି ଏସଏସ ଆଗ୍ରୋଟେକ ସଂସ୍ଥାର ମୁଖ୍ୟ ସଞ୍ଜୟ କୁମାର ଭୋଳଙ୍କୁ ସମ୍ମାନିତ କରାଯିବା ସହିତ ନୂତନ ଭାବେ ବିକଶିତ ପିଆଜ ମଞ୍ଜି “ଅର୍କ କଲ୍ୟାଣ” କିସମର ସ୍ୱତନ୍ତ୍ର ଅଧିକୃତ ବିକ୍ରେତା ପ୍ରଦାନ କରାଯାଇଛି । ଏହା ଦ୍ୱାରା ଏହି କିସମର ବଜାର ପ୍ରବେଶ ହୋଇଛି । ତେବେ ଏହି ସଫଳତା ହାସଲ କରିଥିବାରୁ ନୀଳଗିରି ଏବଂ ବାଲେଶ୍ୱର ଜିଲ୍ଲାରୁ ବହୁ ଶୁଭେଚ୍ଛୁ ସଞ୍ଜୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।