ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଦୀପଦାନ

 ରାଜକନିକା: ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଓ କଂଗ୍ରେସର ଲଢୁଆ ଜନନେତା ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ କଟଣା ବଣିଆ ପଞ୍ଚାୟତବାସୀଙ୍କ ପକ୍ଷରୁ ବାବା କପିଳେଶ୍ୱରଙ୍କ ପାଖରେ ୧୦୮ ଦୀପଦାନ କରାଯିବା ସହ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ତାଙ୍କ ଅମରାତ୍ମାର ସଦ୍ଗତି କାମନା କରାଯାଇଥିଲା  । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା  । ପ୍ରାକ୍ତନ ସରପଞ୍ଚ ଧନୁଯୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜନ୍ମଜେୟ ଜେନା, ସାବିତ୍ରୀ ମାହୁ, ପ୍ରଦୀପ୍ତ ବେହେରା ନିରାକାର ସେଠି, ନିରଞ୍ଜନ ବେହେରା, ବଶିଷ୍ଟ ପଣ୍ଡା, ଜୟନ୍ତ ମହାନ୍ତି, ସୁକାନ୍ତ ଦାସଳ, ପ୍ରସନ ବିଶ୍ୱାଳ, ବିଜୟ ଲେଙ୍କା, ରବୀନ ବେହେରାଙ୍କ ସମେତ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ  ।