କୁକର୍ମ ଅଭିଯୁକ୍ତ କୋର୍ଟ ଚାଲାଣ


ାା ପ୍ରଭାନୁ୍ୟଜ ।ା ଦାଗନଦୀ: ଜନୈକା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ କୁକର୍ମ ଅଭିଯୋଗରେ ଟମକା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଚିତ୍ରୀ ନୂଆଗାଁ ଉତ୍ତମ ସିଂକୁ (୨୫) ହୋଇଥିବା ବେଳେ ରାକ୍ଷୀ ପୂର୍ଣ୍ଣିମା ଦିନ ଚିତ୍ରୀ ଅଞ୍ଚଳର ଜନୈକା ଛାତ୍ରୀଙ୍କ ଝରକା ବାଟେ ବିଳମ୍ବିତ ରାତ୍ରୀରେ ପଶି କୁକର୍ମ କରିଥିଲା । ଛାତ୍ରୀ ଜଣକ ଚିକôାର କରିବାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲା । ପରିବାର ଲୋକ ପଚରାଉଚରା କରିବାରୁ ସେ ସବୁକଥା କହିଥିଲା । ତା’ପରେ ପରିବାର ଲୋକ ଟମକା ପୁଲିସ୍ ଷ୍ଟେସନକୁ ଯାଇ ନେଇ ଘଟଣା ସମ୍ପର୍କରେ ପୁଲିସକୁ ଲିଖିତ ଅଭିଯୋଗ ଦେଇଥିଲେ । ଟମକା ପୁଲିସ ଏକ ମାମଲା ରୁଜ୍ଜୁ କରି କେସ ନଂ୧୬୬/୨୪ ତଦନ୍ତ କରି ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଚିତ୍ରୀ ନୂଆଗାଁରୁ ଗିରଫ କରି ମେଡ଼ିକାଲ କରାଇ କୋର୍ଟ ଚାଲାଣ କରିଛି ।