ଦେବେନ୍ଦ୍ର ଶର୍ମାଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା 

 ରାଜକନିକା :  ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା କଂଗ୍ରେସର ଲଢୁଆ ଜନନେତା ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଭରିଗଦା ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଅଂଚଳ ପରିକ୍ରମା କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ସମିତି ସଭ୍ୟ ଶରତ ରାଉତ ଓ ପ୍ରାକ୍ତନ ସରପଞ୍ଚ ପ୍ରଦୀପ ମଲ୍ଲିକଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚଯାତର ଶତାଧିକ ଜନସାଧାରଣ ସାମିଲ ଥିଲେ ।