ବନ୍ୟାର ଭ୍ରମ ସୃଷ୍ଟି କରୁଛି ଅର୍ଜୁନବିନ୍ଧା ରାସ୍ତା : ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତବାସୀ 

 ତିହିଡି : ବନ୍ୟାର ଭ୍ରମ ସୃଷ୍ଟି କରୁଛି ଅର୍ଜୁନବିନ୍ଧା ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତବାସୀ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦୌଲତପୁର ପଞ୍ଚାୟତ ଅଧୀନ ଅର୍ଜୁନ ବିନ୍ଧା-ମଧୁପୁର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଯାହାକି ଖାରାଦିନ ବର୍ଷାରେ ବି ରାସ୍ତାର ଅର୍ଜୁନବିନ୍ଧା ଗ୍ରାମ ନିକଟରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି । ଫଳରେ ଏହି ରାସ୍ତା ଉପରେ ଯାତାୟତ କରୁଥିବା ୩ ପଞ୍ଚାୟତର ଅଧିବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନିକ ଉଦାସୀନତା ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏହି ପରିସ୍ଥିତିର ସମାଧାନ ହୋଇପାରୁନଥିବା ସାଧାରଣରେ ଅଭିଯୋଗ ହୋଇଛି । ତେବେ ଅର୍ଜୁନବିନ୍ଧା ଗ୍ରାମବାସୀ ବିଭିନ୍ନ ସମୟରେ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବା ପରିତାପର ବିଷୟ ହୋଇଛି । 
ପ୍ରକାଶ ଯେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ନିର୍ମାଣ ପାଇଁ ୯କୋଟି ୯ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ଗତ ତା ୧୪. ୦୨. ୨୩ ରିଖରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ରାସ୍ତାର ଶିଳାନ୍ୟାସ କରିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଅବଧି ତା ୩୦. ୧୨. ୨୪ରିଖକୁ ରଖା ଯାଇଥିଲା । ତେବେ ଇତିମଧ୍ୟରେ ଅବଧି ସରି ଯାଇଥିଲେ ବି ୫୦ ପ୍ରତିଶତରୁ କମ୍ ରାସ୍ତା ନିର୍ମାଣ ହୋଇଥିବା ଜଣାଯାଇଛି । ଏବେ କେଳାସାହି ଠାରୁ ମଧୁପୁର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ରାସ୍ତା ଆରମ୍ଭରୁ ଅର୍ଜୁନବିନ୍ଧା ଗ୍ରାମରେ ୧କିମି ଯାଏ ରାସ୍ତା ନିର୍ମିତ ହୋଇନାହିଁ । ଯାହାଫଳରେ ଅସରାଏ ବର୍ଷା ହେଲେ ରାସ୍ତା ପାଣିରେ ବୁଡ଼ି ରହୁଛି । ପାଣି ନିଷ୍କାସନର ବ୍ୟବସ୍ଥା ନଥିବାରୁ ଅନେକ ଦିନ ଯାଏ ଏହି ପରିସ୍ଥିତି ଲାଗିରହୁଛି । ଯାହାଫଳରେ କେବଳ ଅର୍ଜୁନବିନ୍ଧାର ଗ୍ରାମବାସୀ ନୁହନ୍ତି ରାସ୍ତାରେ ଯାତାୟତ କରୁଥିବା ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଅଧିବାସୀମାନେ ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ରାସ୍ତା ନିର୍ମାଣ ପାଇଁ ସାମଗ୍ରୀ ନେଇ ଯାଉଥିବା ଭାରି ଯାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି । କିଛି ମାସ ପୂର୍ବେ ତିହିଡିÿରେ ଅନୁଷ୍ଠିତ ମିଳିତ ଜନ ଶୁଣାଣି ଶିବିରରେ ଗ୍ରାମବାସୀ ଏନେଇ ଅଭିଯୋଗ କରିବା ପରେ ଜିଲାପାଳ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଏହାର କ୍ଷେତ୍ରୀୟ ତଦନ୍ତ କରିଥିଲେ । ତୁରନ୍ତ ରାସ୍ତାର ମାପଚୁପ କରି ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଇତିମଧ୍ୟରେ ୬ମାସ ବିତିଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନଘଟିବା ଦୁର୍ଭାଗ୍ୟର ବିଷୟ ହୋଇଛି । ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦେବୀପ୍ରସନ୍ନ ଘୋଷଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜିଲାପାଳ ଦିଲୀପ ରାଉତରାଏଙ୍କ ନିଦେ୍ର୍ଦଶ କ୍ରମେ ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଛି । ରାସ୍ତା ଅବରୋଧ ମୁକ୍ତ ହେବାପରେ ନିର୍ମାଣ କାର୍ଯ୍ୟ କରାଯିବ ।