ଦେଶୀମଦ ଜବତ; ଦୁଇ କୋର୍ଟ ଚାଲାଣ 


ାା ପ୍ରଭାନୁ୍ୟଜ୍ ।ା ସୁକିନ୍ଦା: ସୁକିନ୍ଦା ଓ କଳିଙ୍ଗନଗର ପୁଲିସ ଦୁଇଟି ସ୍ଥାନରୁ ଦେଶୀ ଚୋରାମଦ ଜବତ କରିବା ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରଛି । ସୁକିନ୍ଦା ଥାନା ଅନ୍ତର୍ଗତ ପୁବଳ ଗ୍ରାମରେ ଚୋରା ମଦ କାରବାର ହେଉଥିବା ଖବର ପାଇ ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀଙ୍କ ନିଦେ୍ର୍ଦଶରେ ଚଢାଉ କରିବା ସମୟରେ ଦେଶୀ ମଦ ଜବତ କରିବା ସହ ଏହି କାରବାରରେ ଜଡ଼ିତ ଗୋବିନ୍ଦ ମୁଣ୍ଡା(୨୫)କୁ ଗିରଫ କରିଥିଲେ । ସେହିପରି କଳିଙ୍ଗନଗର ପୁଲିସ ଖୁରୁଣ୍ଟି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ବିଜୟ ମହାକୁଡ(୪୦) ନିକଟରୁ ଦେଶୀ ମଦ ଜବତ କରିବା ସହ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।