ଜିଲ୍ଲା ସର୍ବଦଳୀୟ ମଣ୍ଡଳ ସାଂଗଠନିକ ସଭା

 କେନ୍ଦ୍ରାପଡା : ଉକôଳ ସର୍ବୋଦୟ ମଣ୍ଡଳର କେନ୍ଦ୍ରାପଡ଼ା ଜିଲ୍ଲା ସାଂଗଠନିକ ସଭା ପୌରାଞ୍ଚଳ ଅନ୍ତର୍ଗତ ପବ୍ଲିକ ରିଡିଂ ରୁମ ପରିସରରେ ସଂଗଠନର ଜିଲ୍ଲା ସମ୍ପାଦକ ପଦ୍ମନାଭ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ମୁଖ୍ୟ ଆଲୋଚକ ଓ ରାଜ୍ୟ କମିଟି ସଭ୍ୟ ତପନ କୁମାର ବେହେରା ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇ ସାମ୍ପ୍ରଦାୟିକ ସଂପ୍ରତି, ନିଶା ନିବାରଣ, ଅସ୍ପ୍ରୁଶ୍ୟତା ନିବାରଣ ଆଦି ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ସମାଜ ସୁଧାର ନିମନ୍ତେ ସର୍ବୋଦୟ କାର୍ଯ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ, କୋଷାଧ୍ୟକ୍ଷ ମୁକ୍ତାର ଖାଁ, ପ୍ରାଧ୍ୟାପକ ଡଃ ଚୈତନ୍ୟ ଚରଣ ପରିଡ଼ା, ଅଭୟ କୁମାର ସ୍ୱାଇଁ, ତପନ ଦାଶ, ରଜନୀକାନ୍ତ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଗଦାଧର ନାୟକ ଧନ୍ୟବାଦ ଦେଇଥିଲେ ।