ନାଗସାପ ଉଦ୍ଧାର
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ଗ୍ରାମର ବିଜୟ ବାରିକଙ୍କ କୁକୁଡା ଫାର୍ମରୁ ବୁଧବାର ଅପରାହ୍ନରେ ୫ ଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି । ଆଜି ମଧ୍ୟାହ୍ନରେ କୁକୁଡା ଫାର୍ମ ଭିତରେ ଗର୍ଜ୍ଜନ କରୁଥିବା ନାଗସାପ ଦେଖି ବିଜୟ ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ । ଯାଜପୁର ସ୍ନେକ ହେଲପଲାଇନ ଜାହାଙ୍ଗୀର ଖାଁ ପହଞ୍ଚô ନାଗସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାଯାଇଛି ।