ଦୋକାନରୁ ଚୋରି

 ନାଉଗାଁ  : ନାଉଗାଁ ଥାନା ଅନ୍ତର୍ଗତ କୁଣ୍ଡେଶ୍ୱର ଗ୍ରାମର ଗୋବିନ୍ଦଚନ୍ଦ୍ର ଦାସଙ୍କ ଦୋକାନରୁ ଦିନ ଦ୍ୱିପ୍ରହରରେ ଚୋରି ନେଇ ନାଉଗାଁ ଥାନାରେ ଏତଲା  । ସୂଚନା ମୁତାବକ କୁଣ୍ଡେଶ୍ୱର ଗ୍ରାମର ଗୋବିନ୍ଦ ଦାସଙ୍କ ଦୋକାନରେ ତାଙ୍କ ମା’ ଖରାବେଳେ ବସି ସଉଦା ବିକୁଥିବା ବେଳେ କ୍ୟାସ୍ ବାସ୍କ ଉପରେ ୧୭୨୦୦ ଟଙ୍କା ଥୋଇ କୌଣସି କାର୍ଯ୍ୟରେ ଘରକୁ ଯାଇଥିଲେ  । ସେତିକି ବେଳେ ବାଲିକୁଦା ବ୍ଲକ ବୁଧିସାହି ଗ୍ରାମର କାଳନ୍ଦୀ ସେଠି ଏବଂ ଲୁଲୁ ମଲିକ ସେହି ଟଙ୍କାକୁ ନେଇ ଦୌଡ଼ୁଥିବା ବେଳେ ତାଙ୍କ ମା’ ଦେଖି ଥିଲେ ମଧ୍ୟ ଧରି ପାରିଲେ ନାହିଁ  । ତେବେ ଦୁର୍ବୁତ୍ତମାନଙ୍କୁ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ  । ଏ ନେଇ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରି ସେମାନଙ୍କ ଉଚିତ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି  । ନାଉଗାଁ ଥାନା ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଇ ତଦନ୍ତ ଜାରି ରହିଛି  ।