ସେଣ୍ଟଜାଭିୟର୍ସ ସ୍କୁଲର ବାର୍ଷିକୋତ୍ସବ
ଚଣ୍ଡିଖୋଲ: ସେଣ୍ଟଜାଭିୟର୍ସ ସ୍କୁଲ ଚଣ୍ଡିଖୋଲର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଡ. ସ୍ୱରୂପା ନନ୍ଦ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତିରାଣୀ ସାମନ୍ତ, ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଅତିଥି ଭାବରେ ଯୋଗଦେଇ ପିଲାଙ୍କୁ କେମିତି ସଂସ୍କାର ଓ ଭଲ ମଣିଷ ହେବା ପାଇଁ ସ୍କୁଲରେ ଶିକ୍ଷା ଦିଆଯିବ ତା ଉପରେ ଆଲୋକପାତ କରିଥିଲେ । ସ୍କୁଲ ସମ୍ପାଦକ ରାଜୀବ ମହାନ୍ତି ଓ ନିଦେ୍ର୍ଦଶକ ଦୀପକ କୁମାର ସିଂ ଉତ୍ସବରେ ଯୋଗଦେଇଥିଲେ । ଅଧ୍ୟକ୍ଷ ଡ. ସ୍ୱରୂପା ନନ୍ଦ ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା । ସ୍କୁଲ ଶିକ୍ଷକ ସତ୍ୟବ୍ରତ ଦାସ, ଅର୍ଚ୍ଚନା ମହାପାତ୍ର, ସୂତପା ଗିରି, ସିମାଦ୍ରି ଜେନା, ପ୍ରଦୀପ୍ତ ମହାରଣା, ପ୍ରୀତି ରଞ୍ଜନ ନାୟକ, ନିବେଦିତା ପଣ୍ଡା ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ଚନ୍ଦ୍ରଭାନୁ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।