ଦ୍ୱାତେ ଇସଲାମୀ ଇଣ୍ଡିଆ ପକ୍ଷରୁ ଚାରାରୋପଣ
ଭଦ୍ରକ : ଭଦ୍ରକ ଦା୍ୱତେ ଇସଲାମୀ ଇଣ୍ଡିଆ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଯାଉଲ ହସନ (ରିଜନ) ଚାରାରୋପଣ କରି ଶୁଭାରମ୍ବ କରିଥିଲେ । ଦା୍ୱତେ ଇସଲାମୀ ଇଣ୍ଡିଆର ଅନେକ ବିଭାଗ ମଧ୍ୟରୁ ଗଛ ଲଗାଇବା ଏବଂ ପରିବେଶ ସୁରକ୍ଷା ନେଇ କାମ କରୁଥିବା ଏକ ମୁଖ୍ୟ ବିଭାଗ ହେଉଛି (ଜି.ଏନ.ଆର.ଏଫ) ଗରିବ ନୱାଜ ରିଲିଫ ଫାଉଣ୍ଡେସନ । ଏହି ବିଭାଗ ଦ୍ୱାରା ସାରା ଭାରତରେ ଏକ ବୃହତ ଗଛ ଲଗାଇବା ଅଭିଯାନ ଆୟୋଜନ କରାଯାଇଛି । ଯାହା ୭ ଜୁଲାଇ ଠାରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା ଓ ଏହି ଅଭିଯାନ ଓଡ଼ିଶାର ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଏବଂ ଗ୍ରାମାଞ୍ଚଳ ସହିତ ଭଦ୍ରକ ଗୌସିଆ ନଗର ଓ ସରକାର ନଗର ରେ ମଧ୍ୟ ଚାରା ରୋପଣ ଲଗାଯାଇଛି । ଗରିବ ନୱାଜ ରିଲିଫ ଫାଉଣ୍ଡେସନର ସଭ୍ୟ ଶିକ୍ଷକ କାରୀଯାମୀ ହସନ, କାରୀ ସଦ୍ଦାମ, କଫିଲ ଅହେମଦ, ହମିଦ ମଦାନୀ, ଇରଫାନ ଅତ୍ତାରି, ଅବଦୁଲ କୁଦୁସ, ଇମାମ ତଥା ମୌଲାନା ସଫିରୁଦ୍ଦିନ, ଅବଦୁଲ ୱାଜିଦ ପ୍ରମୁଖ ଚାରାରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।