ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ ସମାରୋହ
ଭଦ୍ରକ: ଭଦ୍ରକରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳନ ସମାରୋହ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିକ୍ଷାବିତ୍ ବୈକୁଣ୍ଠ ବିଶ୍ୱାଳଙ୍କ ସଭାପତିତ୍ୱ ଏହି ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ ଆର୍ଟ ଏଫ ଗିଭିଙ୍ଗ ସମାରୋହ ଟିକୁ ଉଦଘାଟନ କରିବା ସହିତ ଆର୍ଟ ଏଫ ଗିଭିଙ୍ଗ ହେଉଛି ସାମ୍ପ୍ରତିକ ସମାଜ ପାଇଁ ଏକ ସମୟ ଉପଯୋଗୀ ଆଦର୍ଶ ଚିନ୍ତନ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତଅତିଥି ଭାବେ ପ୍ରଫେସର ରାମଚନ୍ଦ୍ର ପଣ୍ଡା, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ମହାପାତ୍ର, ଅଧ୍ୟାପକ ଶୁଭେନ୍ଦୁ ବରାଳ, କିଟ୍ ବିଶ୍ୱ ବିଦ୍ୟାଳୟର ନିଦେ୍ର୍ଦଶକ ସ୍ନେହାଶିଷ ରାଉତ ପ୍ରମୁଖ ଯୋଗ ଦେଇ ଆର୍ଟ ଅଫ ଗିଭିଂ ଦିବସ ପାଳନର ପରିକଳ୍ପନା କରିଥିବା ଡ଼ ଅଚୁ୍ୟତ ସାମନ୍ତଙ୍କ ଆଦର୍ଶ କାର୍ଯ୍ୟ ଓ ତାଙ୍କ ମାନବିକ ମୂଲ୍ୟ ବୋଧ ଉପରେ ଆଲୋଚନା କରିବା ସହିତ ସମସ୍ତେ ତାଙ୍କ ଭଳି ସମର୍ପିତ ମନୋଭାବ ନେଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦନ ହୋଇ ପାରିବ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲାରରେ ସମର୍ପିତ ମନୋଭାବ ନେଇ ସମାଜ ସେବାରେ ବ୍ରତୀ ଥିବା ପୂର୍ବତନ ସରପଞ୍ଚ ଗୋଲକ ଚନ୍ଦ୍ର ସାମଲ, ବିଶିଷ୍ଟ ସମାଜସେବୀ ରାମ ଚନ୍ଦ୍ର ବେହେରା, ଆଦର୍ଶ ପ୍ରଧାନଶିକ୍ଷକ ନିରଞ୍ଜନ ସେଠୀ, ଆଦର୍ଶ ଶିକ୍ଷୟିତ୍ରୀ ଜୟନ୍ତୀ କର ଶର୍ମା, ଆଦର୍ଶ ଅଧ୍ୟାପକ ଶୁଭେନ୍ଦୁ କୁମାର ବରାଳ, ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡିଶା ଟପର ହୋଇଥିବା ଛାତ୍ର କାବ୍ୟ ରଞ୍ଜନ ମାଝୀ, ଆଦର୍ଶ ସଂଗଠନ ଭାବେ ଜିଲ୍ଲାଏକତା ରକ୍ତଦାନ ସଂଗଠନ ଆଦିଙ୍କୁ ଆର୍ଟ ଅଫ ଗିଭିଂ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ଏହି ଭଦ୍ରକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦୁଇ ଶହରୁ ଅଧିକ ବୁଦ୍ଧିଜୀବୀ ଓ ଯୁବକ ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ, କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କିସ ଜିଲ୍ଲା ସଂଯୋଜକ ବିରେନ ମହାଲିକ ସୂଚନା ଦେଇଥିଲେ । ଶେଷରେ କିଟର କ୍ଷେତ୍ରୀୟ ଅଧିକାରୀ ଦୀପକ ବେହେରା ଧନ୍ୟବାଦ ଦେଇଥିଲେ ।