ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୧୧୦୬ ମକଦ୍ଦମାର ଆପୋଷ ସମାଧାନ
ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିଦେ୍ର୍ଦଶ କ୍ରମେ ଭଦ୍ରକ ଜÿିଲ୍ଲାକୋର୍ଟ, ନଳାଙ୍ଗ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜÿିଲ୍ଲା ଆଇନ ସେବା ପ୍ରାଧିକାରଣର ଭାରପ୍ରାପ୍ତ ସଚିବ ଅରୋଲିପି ପରିଜା ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୨୧୫୪୭୪୩୩ ଟଙ୍କାରେ ୧୧୦୬ ଟି ମୋକଦ୍ଦମାର ଆପୋଷ ସମଧାନ ହୋଇଥିଲା । ସେଗୁଡିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି, ଟ୍ରିବୁନାଲର ବିଚରାଧୀନ ଥିବା ୧୭ଟି ମାମଲାର ୧୨୮୨୫୦୦୦ ଟଙ୍କାରେ, ୨୩ଟି ଚେକ ବାଉନ୍ସ, ପୁନଃରୁଦ୍ଧାର ମାମଲା ୩୫୫୬୮୬୪ ଟଙ୍କାରେ, ୧୮ଟି ବୈବାହିକ ବିବାଦ, ୭୦୫ଟି ରାଜସ୍ୱ ମୋକଦ୍ଦମା ୧୩୪୫୬୮ ଟଙ୍କାରେ, ୪୮ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୩୪୬୭ଟି ବ୍ୟାଙ୍କ ଋଣ ମାମଲା, ୧୫୩୭୧୯୦ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନ ବିଲ ସମ୍ବନ୍ଧୟ୧୪ ଟି ମାମଲା ୩୨୯୭୮ ଏବଂ ଟି ପି ଏନ ଓ ଡି ଏଲ (ବିଦୁ୍ୟତ) ୩୦ ଟି ମାମଲାରେ ୩୬୪୮୧୩ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ଅଛି ।