ସାମ୍ବାଦିକ ସଂଘ ସଭାପତିଙ୍କୁ ସମ୍ବର୍ଦ୍ଧନା

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ଠାରେ ସର୍ବ ପୁରାତନ ଉକôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘ ବ୍ଲକ ଶାଖା ସଭାପତି ସାମ୍ବାଦିକ ଦୁର୍ଯେ୍ୟାଧନ ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ଶତପଥି ଶ୍ରୀ କରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାଛଡା ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ବରିଷ୍ଠ ସାମ୍ବାଦିକ ବିମଳ ଭଞ୍ଜ ଦେଓ, ରାଜ୍ୟ କୋଷାଧ୍ୟକ୍ଷ ରାଜନ ଚୌଧୁରୀଙ୍କୁ ମଧ୍ୟ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଆୟୋଜିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଏନେଇ ଆଗାମୀ ଦିନରେ ସରକାରଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ସଭାପତି ମତବ୍ୟକ୍ତ କରିଥିଲେ । ଏଥିରେ ସାମ୍ବାଦିକ ପ୍ରକାଶ ମହାପାତ୍ର, ମନୋରଞ୍ଜନ ମହାନ୍ତି, ଜଗନ୍ନାଥ ଦାସ, ବିକାଶ ବେହେରା, ଦେବାନନ୍ଦ ସେଠୀ, ନାରାୟଣ ଚନ୍ଦ୍ର ଦାସ, ଆକାଶ ଆଦିତ୍ୟ ବେହେରା, ମନୋରଞ୍ଜନ ସେଠୀ, ଭଗବାନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।