ଦ୍ୱିତୀୟା ଓଷା ପାଳିତ : ସାହି ବସ୍ତିରେ ପରିବା ବୋଝ ପୂଜା

ପୁରୀ : ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦ୍ୱିତୀବାହନ ଓଷା ବା ଦ୍ୱିତୀୟା ଓଷା ପାରମ୍ପରିକ ବିଧିବିଧାନ ଅନୁଯାୟୀ ପାଳିତ ହୋଇଛି । ଅପୁତ୍ରିକ ମହିଳାମାନେ ପୁତ୍ରଲାଭ ଓ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ ଏବଂ ଦୀର୍ଘାୟୁଷ କାମନା କରି ଓଷା କରିଥିଲେ । ସାହି ବସ୍ତିରେ ପାରମ୍ପରିକ ରୀତିରେ ଦ୍ୱିତୀବାହନଙ୍କ ପୂଜା କରାଯାଇଥିଲା । ରାସ୍ତା ଉପରେ କୋଠି ତିଆରି କରାଯାଇ ଚତୁଃପାଶ୍ୱର୍ରେ କଦଳୀପୁଆ, ସାରୁ ଓ ମହଣଗଛ ପୋତାଯାଇଥିଲା । କୋଠିକୁ ସୁସଜ୍ଜିତ କରାଯାଇ ପୂଜାସ୍ଥଳରେ ରଖାଯାଇଥିଲା ଓଷା କରିଥିବା ମହିଳାମାନଙ୍କର ଭୋଗର ବୋଝ । ବୋଝରେ ରହିଥିଲା ନଡ଼ିଆ, କଦଳୀ, କଖାରୁ, ସାରୁ, ଜହ୍ନି, ବୁଢ଼ା କାକୁଡ଼ି, ମକା, ପାଣିକଖାରୁ, କନ୍ଦମୂଳ, ଆଖୁ ଏବଂ ଓଉ ଆଦି ବିଭିନ୍ନ ପରିବା । ଏଥିସହିତ ଗଜାମୁଗ, ଗଜାବୁଟ ଓ ଗଜାମଟର ବୋଝରେ ବଢ଼ାଯାଇଥିଲା । ଦ୍ୱିତୀବାହନଙ୍କୁ ସମର୍ପଣ କରାଯିବା ସହ ପୂଜାସ୍ଥଳରେ ନଡ଼ିଆ ଭଙ୍ଗାଯାଇଥିଲା । ପୂଜାସ୍ଥଳରେ ଦି୍ୱତୀବାହନ ବ୍ରତକଥା ପାଠ କରାଯାଇଥିଲା । ଘରେଘରେ ପ୍ରସ୍ତୁତ ସ୍ୱାଦିଷ୍ଟ ଘାଣ୍ଟ ତରକାରୀ ।