ଜମି ଓ କୋଠା ଘରର ସ୍ଥିତାବସ୍ଥା ବଜାୟ ଆଦେଶ 

 ବ୍ୟାସନଗର: ଯାଜପୁର ରୋଡ଼ ମାନ୍ୟବର ଏଡିଜେଙ୍କ କୋର୍ଟରୁ ଦୁଇ ନାବାଳିକା ଏବଂ ତାଙ୍କ ବିଧବା ମା’ଙ୍କୁ ନ୍ୟାୟ ମିଳିଛି ।  ମାନ୍ୟବର ଅତିରିକ୍ତ ଜିଲାଜଜ ହୃଷିକେଶ ଆଚାର୍ଯ୍ୟ ଏକ ଏଫ୍ଏଓ ମାମଲାର ବିଚାର କରି ନ୍ୟାୟ ପ୍ରଦାନ କରିଛନ୍ତି । ମକଦ୍ଦମାର ବିବରଣୀରୁ ପ୍ରକାଶ ଯେ ଯାଜପୁର ରୋଡ଼ ଥାନା ଅଧିନସ୍ଥ ତ୍ରୀଜଙ୍ଗା ମୌଜାର ଜନୈକ ପ୍ରଫେସର ସ୍ୱର୍ଗତ ରାମଚନ୍ଦ୍ର ଧୀରଙ୍କ ପ୍ରଥମ ପନôୀଙ୍କ ମୃତୁ୍ୟ ପରେ ସେ ଆଇନଗତ ଭାବେ କୋର୍ଟରେ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ଦୁଇଟି ନାବାଳିକା କନ୍ୟା ଥିବା ବେଳେ ପ୍ରଥମ ପନôୀଙ୍କର କନ୍ୟା ଓ ପୁତ୍ର ପିତାଙ୍କ ଜିବିତା ଅବସ୍ଥାରେ ତାଙ୍କ ବିରୁଦ୍ଧରେ ସମ୍ପତି ପାଇବା ଲାଗି କୋର୍ଟରେ ମାମଲା ଦାୟର କରିବା ପରେ ପରେ ପ୍ରଫେସରଙ୍କ ହଠାତ୍ ହୃଦ୍ଘାତରେ ପରଲୋକ ଘଟିଥିଲା ।
ପରବର୍ତୀ ସମୟରେ ପିତାଙ୍କ ମୃତୁ୍ୟ ପରେ ପ୍ରଫେସରଙ୍କ ଦୁଇ ନାବାଳିକା କନ୍ୟା ଓ ବିଧବା ପତ୍ନୀଙ୍କୁ ମାମଲା ଗୁଡ଼ିକରେ ପକ୍ଷଭୁକ୍ତ କରାଯାଇଥିଲା । ମୃତ ପ୍ରଫେସରଙ୍କର ଦୁଇ ନାବାଳିକା କନ୍ୟା ଓ ବିଧବା ପତ୍ନୀ ତ୍ରୀଜଙ୍ଗା ମୌଜାର ହାଲ୍ ଖାତା ନଂ-୪୯୭/୩୩୯, ହାଲ୍ ପ୍ଲଟ ନଂ-୮୧୧/୨୭୧୮ରେ ୧୦ ଡିସିମିଲ୍ ପ୍ଲଟ ଓ କୋଠାରେ ରହୁଥିବା ବେଳେ ସେମାନଙ୍କୁ ବେଦଖଲ କରି ଜୋର ଜବରଦସ୍ତ ବାହାର ଲୋକଙ୍କୁ ବିକି୍ର କରି ଦେବା ପାଇଁ ପ୍ରଥମ ପତ୍ନୀଙ୍କ କନ୍ୟା ଓ ପୁତ୍ର ମସୁଧା କରୁଥିଲେ । ଏଥି ପାଇଁ ସ୍ୱର୍ଗତ ପ୍ରଫେସରଙ୍କ ନାବାଳିକା କନ୍ୟା ଓ ବିଧବା ପତ୍ନୀ ନିଜର ସୁରକ୍ଷା ଓ ଭିଟାମାଟି ହରାଇ ବେସାହାରା ହୋଇଯିବା ଭୟ ଏବଂ ଉକ୍ତ ଜମି ଓ କୋଠାର ସ୍ଥିତାବସ୍ଥା ଜାରି ରଖିବା ଲାଗି ସିନିୟର ସିଭିଲ୍ ଜଜଙ୍କ ନିକଟରେ ମାମଲା ଓ ଆଇଏ କେସ୍ ଦାୟର କରିଥିଲେ । କୋର୍ଟରୁ ଆଇଏ କେସ୍ରେ ହାରିଯିବା ପରେ ଏବଂ ଉକ୍ତ କୋର୍ଟରେ ସିଭିଲ୍ ସୁଟ୍ ବିଚାରଧୀନ ଥିବା ସମୟରେ ବିରୋଧୀ ପକ୍ଷ ଉକ୍ତ ଜମି ଓ କୋଠାଘ ରକୁ ବିକ୍ରି କରିଦେବାକୁ ମସୁଧା କରୁଥିଲେ । ଉକ୍ତ ଜମି ଓ କୋଠାଘର ବାହାର ଲୋକଙ୍କୁ ବିକ୍ରି ନକରିବା ଲାଗି ପ୍ରାର୍ଥନା କରି ଏକଏଫ୍ଏଓଆଇ-୨୨୦୨୪ କେସ ଅତିରିକ୍ତ ଜିଲା ଜଜଙ୍କ କୋର୍ଟରେ ଅପିଲ୍ କରିଥିଲେ । ମାନ୍ୟବର କୋର୍ଟ ଉକ୍ତ କେସର ବିଚାର କରି ମୂଳ ସିଭିଲ୍ ସୁଟ୍ କେସ୍ର ବିଚାର ନସରିବା ପର୍ଯ୍ୟନ୍ତ ଉଭୟ ପକ୍ଷ ଉକ୍ତ ଜମି ଓ କୋଠା ଘରର ସ୍ଥ୍ିତାବସ୍ଥା ବଜାୟ ରଖିବେ ବା ଷ୍ଟାଟସକୋ ମେଣ୍ଟେନ୍ କରିବାକୁ ଆଦେଶ ପ୍ରଦାନ କରିଥିଲେ । ଦୁଇ ନାବାଳିକା ଓ ତାଙ୍କର ବିଧବା ମା’ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନାରାୟଣ ପ୍ରସାଦ ପତି ଓ ସୁଧାଂଶୁ ଶେଖର ଦାସ ମକଦ୍ଦମା ଲଢ଼ୁଥିଲେ ।