ପ୍ରଦୂଷଣବିହୀନ କ୍ୟାରିବ୍ୟାଗ ସଂସ୍ଥା ଇକୋର ଉଦଘାଟିତ
କେନ୍ଦୁଝର: ଏବେ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକକୁ ବର୍ଜନ କରିବାକୁ ପଦକ୍ଷେପ ନିଆଯାଉଥିବା ବେଳେ କେନ୍ଦୁଝର ସହରର ସାମନ୍ତରାୟପୁର ଠାରେ ଉଦଘାଟିତ ହୋଇଛି ଇକୋର ମ୍ୟାନୁଫ୍ୟାକଚରିଂ ସଂସ୍ଥା, ଯେଉଁଠି ସଂପୂର୍ଣ୍ଣ ପ୍ରଦୂଷଣ ବିହୀନ ଓ ପରିବେଶ ଉପଯକ୍ତ କ୍ୟାରୀ ବ୍ୟାଗ ଓ କାଗଜରେ ପ୍ରସ୍ତୁତ କ୍ୟାରୀ ବ୍ୟାଗର ଏକ ଉକ୍ତୃଷ୍ଟ କାରଖାନା । ଯାହାକି ଦେଶର ସୁନାମଧନ୍ୟ ପ୍ରତିଷ୍ଠାନମାନଙ୍କରୁ ପ୍ରମାଣପତ୍ର ପାଇ ପରିବେଶ ଓ ବାୟୁମଣ୍ଡଳ ପାଇଁ ଉପଯୋଗୀ ବ୍ୟାଗ ତିଆରି କାରଖାନାର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ବୋଲି ଜଣାପଡିଛି । ଏହା ସମ୍ରଗ ଉତ୍ତର ଓଡିଶାରେ ଏପରି ଉପାôଦର ପ୍ରସ୍ତୁତ କାରଖାନା । ବୁଧବାର ଦିନ ଏହାର ଉଦଘାଟନୀ ଉସôବରେ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, କେନ୍ଦୁଝରଗଡ ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ଅତିରିକ୍ତ ଏସପି ଦିଲ୍ଲୀପ କୁମାର ଭୁକ୍ତା, ବିଜେପି ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ, ଟାଟା ପାୱାରର ଅଧିକ୍ଷଣ ଯନ୍ତ୍ରୀ ରଶ୍ମିକାନ୍ତ ବେହେରା, ସହକାରୀ ଯନ୍ତ୍ରୀ ଦେବାଶିଷ ସ୍ୱାଇଁ, ନିର୍ମାଣ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସନ୍ତୋଷ ବେହେରା, କେନ୍ଦୁଝର ସହକାରୀ ବନ ସଂରକ୍ଷକ, ବରିଷ୍ଠ ନାଗରିକ ରାମନାରାୟଣ ଦ୍ୱିବେଦୀ, ଭରତ ଚନ୍ଦ୍ର ପାତ୍ର, ସଞ୍ଜୟ ମହାପାତ୍ର, କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ଦୀପକ ମିଶ୍ର, ବିଭିନ୍ନ ୱାର୍ଡର କାଉନସିଲର, ଇକୋରର ମ୍ୟାନେଜିଂ ଡାଇରେକ୍ଟର ଶାଶ୍ୱତ ମିଶ୍ର, ଶ୍ରୀମତୀ କୁମୁଦିନୀ ମିଶ୍ର, ଅନ୍ନପୂର୍ଣ୍ଣା ମିଶ୍ର, ମୋନାଲିସା ମିଶ୍ର, ମଧୁମିତା ନନ୍ଦ, ସସ୍ମିତା ପାଢୀ, ଆଲୋକ ମିଶ୍ର, ଅଶୋକ ମିଶ୍ର, ସହରର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଓ ଜନସାଧାରଣ ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।