ଧର୍ମେଶ ଡ୍ୟାନ୍ସ ଏକାଡେମୀର ସଫଳତା

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ସହରର ଲାଲ୍ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀକୁ ଏକ ବଡ଼ ସଫଳତା ମିଳିଛି । ଗତ ଡିସେମ୍ବର  ୨୪ ରୁ ୩୦ ତାରିଖ ତାରିଖ ଯାଏଁ  ସାତ ଦିନ ବ୍ୟାପୀ ଦୁର୍ଗ ରାୟପୁରରେ ଆୟୋଜିତ ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲରେ ଯୋଗ ଦେଇ ଧର୍ମେଶ୍ ଡ୍ୟାନ୍ସ ଏକାଡେମୀର ଛାତ୍ର ଶ୍ରେୟାଂଶ ଯୋଶୀ, ଭୂମରାଜ ସାହୁ, ଯଶୋବନ୍ତ ମେହେର, ଶୁଭ୍ରାଂଶୁ ତାଣ୍ଡି ଏବଂ ଭବଜ୍ୟୋତି ମେହେର ପ୍ରମୁଖ ଉଚ୍ଚକୋଟିର ଡ୍ୟାନ୍ସ ପ୍ରଦର୍ଶନ କରି ଜୁନିୟର ଗ୍ରୁପ ଫୋକ୍ ଡ୍ୟାନ୍ସରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଥିସହ ଧର୍ମେଶ ଡ୍ୟାନ୍ସ ଏକାଡେମୀର ସହାୟକ ଶିକ୍ଷକ ପବିତ୍ର କୈବର୍ତ୍ତ ମଧ୍ୟ ସିନିୟର୍ ସୋଲୋ ଫୋକ ଡ୍ୟାନ୍ସରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉକ୍ତ ପ୍ରତିଯୋଗିତାରେ ଧର୍ମେଶ ଡ୍ୟାନ୍ସ ଏକାଡେମୀର ଛାତ୍ରମାନେ ଅଂଶଗ୍ରହଣ କରି ଗୋଟିକ ପରେ ଗୋଟିକ ସଫଳତା ଅର୍ଜନ କରି ଚାଲିଛନ୍ତି । କେବଳ ଡ୍ୟାନ୍ସରେ ସଫଳତା ଅର୍ଜନ କରି ଚାଲିଛନ୍ତି, ତାହା ନୁହଁ କରାଟେ, ଯୋଗରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଏହିପରି ସଫଳତା ଅର୍ଜନ କରି ଚାଲିଛନ୍ତି ।