ରାଜ୍ୟସଭା ଉପନିର୍ବାଚନ ସେପ୍ଟେମ୍ବର ୩ରେ
ଭୁବନେଶ୍ୱର: ବୁଧବାର ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୩ ତାରିଖ ଦିନ ରାଜ୍ୟସଭା ଉପନିର୍ବାଚନ ହେବ । ଓଡ଼ିଶାର ଗୋଟିଏ ଆସନ ପାଇଁ ଏହି ଉପନିର୍ବାଚନ ହେବ ।ପ୍ରକାଶ ଯେ ନିକଟରେ ବିଜେଡି ରାଜ୍ୟସଭା ସାଂସଦ ମହାନ୍ତ ନିଜ ପଦରୁ ଇସ୍ତଫା ଦେଇଥିଲେ । ଯାହା ଫଳରେ ଉକ୍ତ ଆସନ ଖାଲିପଡ଼ିଥିଲା । ମମତାଙ୍କ ଇସ୍ତଫା ପୂର୍ବରୁ ରାଜ୍ୟସଭାରେ ବିଜେଡିର ସଂଖ୍ୟା ୯ ଥିଲା । ଏବେ ଏହା ୮ରେ ପହଁଚିଛି । ମମତା ମହନ୍ତ ୨୦୨୦ରେ ରାଜ୍ୟସଭା ଯାଇଥିଲେ । ତାଙ୍କ କାର୍ୟ୍ୟକାଳ ୨୦୨୬ରେ ଶେଷ ହେବାକୁ ଥିଲା ।