ଧାନ ବିକ୍ରି ପଞ୍ଜୀକରଣରେ ଜଟିଳତା ପ୍ରସଙ୍ଗ : କୃଷକ ସଂଗଠନ ଓ ପ୍ରଶାସନର ଦ୍ୱିପାକ୍ଷିକ ଆଲୋଚନା
ବରଗଡ଼: ୨୦୨୫ ଖରିଫ ଧାନ ବିକ୍ରି ପଞ୍ଜିକରଣ ନୂତନ ବ୍ୟବସ୍ଥାର ଜଟିଳତା ପ୍ରସଙ୍ଗରେ ସମାଧାନ ପାଇଁ ସଂଯୁକ୍ତ କୃଷକ ସଂଗଠନ ଏବଂ ପ୍ରଶାସନିକ ପ୍ରତିନିଧି ଜିଲ୍ଲା ଉପନିବନ୍ଧକ ଅଧିକାରୀ ଯୁଗଳ ଦାସ, ରାଧେ ମେହେରଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ହୋଇଯାଇଛି । ଆଲୋଚନାରେ ସଂଗଠନ ପ୍ରତିନିଧିମାନଙ୍କ ଗୋଟିଏ ଯୁକ୍ତି ରାଜ୍ୟ ଧାନ ସଂଗ୍ରହ ନୀତି ଅନୁସାରେ ଚାଷ କରିଥିବା ସମସ୍ତ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ସରକାର ଏମଏସପି ମୂଲ୍ୟରେ କିଣିବେ । ଏବଂ କୌଣସି ଚାଷୀଙ୍କୁ ହଇରାଣ ନ କରି ବ୍ୟବସ୍ଥିତ ଢଙ୍ଗରେ ଯେମିତି ସମସ୍ତ ଚାଷୀ ସୁଚାରୁ ରୂପେ ଧାନ ବିକ୍ରି କରିପାରିବେ ସେ ଦିଗରେ ରାଜ୍ୟସରକାର ବ୍ୟବସ୍ଥା କରାଯିବ । ତାହା ହେଲେ କାହିଁକି ଚାଷ ସମୟରେ ଚାଷୀମାନଙ୍କୁ ପଞ୍ଜିକରଣ ପାଇଁ ବଂଶାବଳୀ ସହିତ ଉତ୍ତରାଧିକାରୀମାନଙ୍କ ସହମତି ଆବଶ୍ୟକ, ଯାହା ଗୋଟିଏ ଚାଷୀ ପକ୍ଷରେ ଅସମ୍ଭବ ହୋଇପଡୁଛି ଏବଂ ବରଗଡ଼ ଜିଲ୍ଲାର ଅନେକ ଗ୍ରାମରେ ଚକ ଆଇନ ଦୁଃସପରିଣାମ ଅଛି । ଗୋଟିଏ ଗୋଟିଏ ପରିବାରରେ ଉତ୍ତରାଧିକାରୀ ନାହିଁ ଏବଂ ମନ୍ଦିର ଗ୍ରାମ୍ୟ ଜମିର କିଏ ଉତ୍ତରାଧିକାରୀ ଯେ ସହମିତି ପତ୍ର ଦେବ, ଯଦି ସରଳ କରା ନ ଯାଏ ତାହାହେଲେ ପଞ୍ଜିକରଣରୁ ଚାଷୀ ବଞ୍ଚôତ ହେବେ, ଦଲାଳି ବଢିବ, ଖାଦ୍ୟ ସଂକଟ ଦେଖାଦେବ, କୃଷି ଅର୍ଥ ନୀତି ଉପରେ ଗଭୀର ପ୍ରଭାବ ପଡିବ ଏବଂ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ତିକ୍ତତା ବଢିବ । ତେଣୁ ଅନେକ ସମସ୍ୟାର ଗୋଟିଏ ସମାଧାନ ଗତବର୍ଷ ମାନଙ୍କରେ ଯେଉଁ ପଞ୍ଜିକରଣରେ ଅଭିଯୋଗ ନାହିଁ, ତାହା ଗତବର୍ଷ ପରି ପଦ୍ଧତିରେ ଧାନ କାର୍ଡ ତିଆରୀ କରାଯାଉ ଏବଂ ଯେଉଁଠି ଅଭିଯୋଗ ଅଛି ସେ କ୍ଷେତ୍ରରେ ସହମତି ପତ୍ର ବାଧ୍ୟତାମୂଳକ କରାଯାଉ ବୋଲି ସଂଗଠନ ଦାବି ରଖିଛି । ପରିଶେଷରେ ଜିଲ୍ଲାପାଳ ନେତୃତ୍ୱରେ ସମସ୍ତ ଅଗ୍ରଣୀ କୃଷକ ସଂଗଠନମାନଙ୍କ ପ୍ରତିନିଧିମାନଙ୍କୁ ଡାକି ଧାନବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି । ଯଦି ସମାଧାନ କରା ନ ଯାଏ ତାହାହେଲେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେବ ସେଥିପାଇଁ ଜିଲ୍ଲାପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି । ସଂଗଠନ ପ୍ରତିନିଧିମାନଙ୍କ ମଧ୍ୟରେ ଉପଦେଷ୍ଟା ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ସୁଦାମ ପାତ୍ର, ବିକାଶ ମାଝୀ, ମୋତିଲାଲ ମହାକୁଡ଼, ଭିଜନ ପାଢ଼ୀ, ଟିଣ୍ଟୁ ହୋତା, ତପନ ମିଶ୍ର, କାରଣ ସାହୁ, ଦିବାକର ପଧାନ, ରବିଶଙ୍କର ପଧାନ, ସୁରେଶ ନିକେଣ୍ଟି ସମେତ ଅନେକ ସଦସ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରିଛନ୍ତି ।