ଧାନ ମଣ୍ଡି ଉଦ୍ଘାଟିତ

ତାଳଚେର: ତାଳଚେର ବ୍ଳକ ଅନ୍ତର୍ଗତ ବଡ କଣ୍ଡାଳ ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ସୋସାଇଟିର ସଭାପତି ମଦନ ମୋହନ ମହାପାତ୍ର ସଭାପତିତ୍ୱରେ କଣ୍ଟା ପୂଜା କରାଯାଇ ଧାନ ବିକ୍ରୟ ଶୁଭାରମ୍ଭ କରାଯାଇ ଥିଲା । ମୁଖ୍ୟଅତିଥି ଭାବେ ୧୯ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ବୁଭ୍ରୁ ପ୍ରସାଦ ପତି, ଆରଏମସି ଯଦୁମଣି ନାଏକ, ଏଆରସିଏସ ଅନିଲ କୁମାର ରଥ, ନୋଡାଲ ଅଫିସର କଲ୍ୟାଣୀ ସ୍ୱାଇଁ, ଡାଇରେକ୍ଟର ଆନନ୍ଦ ଚନ୍ଦ୍ର ପ୍ରଧାନ, ମନୋଜ କୁମାର ସାହୁ ଉପସ୍ଥିତ ଥିଲେ । ଏହି ମଣ୍ଡିରେ ପ୍ରଥମ ଦିନ ଦଶ ଜଣ କୃଷକ ଯୋଗଦେଇ  ଉତ୍ପାଦିତ କରିଥିବା ଧାନକୁ ସରକାରଙ୍କ ଦ୍ୱାରା ନିଦ୍ଧାରିତ ମୂଲ୍ୟରେ ସହଜ ଇ-ସୁବିଧା ଜନକ ଭାବରେ ବିକିଥିଲେ  । ତୁଳସୀ ରାଇସ ମିଲିର ସହାୟତାରେ ଦୁଇ ଶହ କୋଡିଏ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯାଇ ଥିଲା । କାଣ୍ଡଳ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ନରହରି ପ୍ରଧାନଙ୍କ ତତ୍ତ୍ୱବଧାନରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା ।