ଆଦର୍ଶ ଶିକ୍ଷା କେନ୍ଦ୍ରର ବାର୍ଷିର୍କୋତ୍ସବ

 ନୀଳଗିରି: ନୀଳଗିରି ବ୍ଲକ୍ ଅନ୍ତର୍ଗତ ରାଜ ବରହମପୁର ଗ୍ରାମରେ ଅବସ୍ଥାପିତ ଆଦର୍ଶ ଶିକ୍ଷା କେନ୍ଦ୍ରର ୩୩ ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି  ରବିନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ  ଯୋଗ ଦେଇ ପିଲାମାନଙ୍କ ସୁସ୍ଥ ମାନସିକ ଜୀବନଯାପନରେ ଅଭିଭାବକମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବାଲେଶ୍ୱର ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଯୋଗ ଦେଇ ପିଲାମାନଙ୍କୁ ନୈତିକ, ମୂଲ୍ୟବୋଧ ଶିକ୍ଷା ପ୍ରଦାନ ଦିଗରେ ଅନୁଷ୍ଠାନର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ବରିଷ୍ଠ ସଦସ୍ୟ ସମୀର ମହାପାତ୍ର ସ୍ୱାଗତ ଅଭିଭାଷଣ ଦେବା ସହ ଅତିଥି  ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା କୁଞ୍ଜଳତା ସାହୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ବରେଣ୍ୟ ଅତିଥି ଭାବେ ଉକôଳ ଶିକ୍ଷା ପରିଷଦ,  ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ଦାଶ, ଅନୁଷ୍ଠାନର ସମ୍ପାଦିକା ସୁବାସିନୀ ବେହେରା ଯୋଗ ଦେଇ ନିଜନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥଲେ । ଶେଷରେ ଗୁରୁମା ଜୟଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉକôଳ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ଶ୍ରେଷ୍ଠ ସଭାପତି ହିସାବରେ ରବି ନାରାୟଣ ଚୌଧୁରୀଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ଉପଢୌକନ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗ ବିଶେଷ କରି ସରକାରୀ ମେଧାବୃତ୍ତି ପରୀକ୍ଷା ଓ ଅନ୍ୟାନ୍ୟ କୃତି ପିଲାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହାପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷା କେନ୍ଦ୍ରର ଗୁରୁଜୀ ଗୁରୁମା ସୁଭଦ୍ରା ରାଉତ, ସୁମତୀମଣି ଦାସ, ରାନୁବାଳା ସାହୁ, ଜୟଶ୍ରୀ ପଲେଇ, ଦେବାହୁତି କର, ରାଇମଣି ମାରାଣ୍ଡି, ରଞ୍ଜିତା ବେହେରା ଓ ସହାୟକ ସୁଶାନ୍ତ ମହୁରିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।