ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ 

 କେନ୍ଦ୍ରାପଡା : ମହାକାଳପଡା ମା ଦରିଆ ରାମଚଣ୍ଡୀଙ୍କ ପୀଠରେ ହେଉଥିବା ଜମ୍ବୁ ଦ୍ୱୀପ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେବାପାଇଁ ରାଜ୍ୟ ସରକାରଙ୍କ ପଂଚାୟତ ରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଆସିଥିବା ବେଳେ, ତାଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଗୋପ ଛକଠାରେ ତୁଳସୀ କ୍ଷେତ୍ର ପାନୀୟ ଜଳ ଯୋଗାଣ ସଂଘ ପକ୍ଷରୁ ଉପସଭାପତି ମିଲନ ଓଝାଙ୍କ ନେତୃତ୍ୱରେ ସଂଘ କର୍ମକର୍ତା, ସଦସ୍ୟ ତଥା ସ୍ଥାନୀୟ ଅଂଚଳର ବହୁ ମହିଳା କର୍ମୀ ଓ ନାରୀନେତ୍ରୀ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରିଥିଲେ । ରିପୋର୍ଟ ଲେଖା ହେଲା ବେଳକୁ ବହୁ ସଂଖ୍ୟକ ସ୍ଥାନୀୟ ଜନ ସାଧାରଣ ମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ଥାନୀୟ ଅଂଚଳର ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ ପ୍ରସ୍ତୁତ ଥିବା ଦେଖିବାକୁ ମିଳୁଥିଲା । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ସଭାପତି ହରିଲାଲ ଅଗ୍ରୱାଲ, ସମ୍ପାଦକ ଶୁଭେନ୍ଦୁ ରାଉତ, ଗୁଲନଗର ସରପଂଚଙ୍କ ପ୍ରତନିଧି କରୁଣାକର ସାହୁ, ଅମୃତ ମହାନ୍ତି, ଗୋପଛକ ସୀତାରାମ ବଣିକ ସଂଘ ସଭାପତି କାହ୍ନୁଚରଣ ଓଝା, ମନୋରଞ୍ଜନ ପଣ୍ଡା, ପ୍ରଭାକର ସ୍ୱାଇଁ, ଡମ୍ବରୁଧର ସାହୁ, ଅଶୋକ ଦାସ, ଜୟନ୍ତ ନାୟକ, ଅରୁଣ ରାୟ ଓ ଚିତ ରଞ୍ଜନ ନାୟକ ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି ।