ବିରଞ୍ଚିନାରାୟଣଙ୍କ ପୀଠରେ ଚୂଳଚଢା ପର୍ବ ପାଳିତ
ତିହିଡି: ଓଡ଼ିଶାର ଅଦ୍ୱିତୀୟ ସୂର୍ଯ୍ୟ ଉପାସନ କ୍ଷେତ୍ରଭାବେ ପରିଚିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ର ପ୍ରାଚୀନ ଅର୍କକ୍ଷେତ୍ର ପୌରାଣିକ ତଥା ଐତିହାସିକ କିମ୍ବଦନ୍ତୀର ବାର୍ତ୍ତା ବହନ କରୁଥିବା ବିରଞ୍ଚôନାରାୟଣ ପୀଠରେ ଷଷ୍ଠି ତିଥି ଚୂଳଚଢା ପର୍ବ ପାଳିତ ହୋଇଯାଇଛି । ପ୍ରଭୁଙ୍କ ବଡସିଂହାର ବେଶ କରାଯିବା ପରେ ମନୋହର ଭୋଗ ଲାଗିଛି । କୁଷ୍ଠ ରୋଗୀମାନେ ମାନସିକ ଉପଚାର ପାଇଁ ଏହି ଦ୍ୱାରରେ ଅଧିଆ ପଡିଥା’ନ୍ତି ଏବଂ ଆଜିର ଦିନରେ ଦର୍ଶନ କରି ରୋଗମୁକ୍ତ ହୋଇଥାନ୍ତି । କିମ୍ବଦନ୍ତ୍ରୀ କହେ, ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଶାପ ଦଶା ମୁକ୍ତ ପାଇଁ ଏଠାରେ ସୂର୍ଯ୍ୟ ଉପାସନ କରିଥିଲେ ଏବଂ ଆଜିର ଦିନରେ ଏଠାରୁ ବିଦାୟ ନେଇଥିଲେ । ଯାହା ବିରଞ୍ଚô ନାରାୟଣଙ୍କ ଏହି ଚୂଳଚଢା ଦର୍ଶନ କଲେ ସମସ୍ତ ଚର୍ମ ରୋଗରୁ ମୁକ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତୁଳସୀ ପତ୍ର ଓ ଫୁଲରେ ତିଆରି ଫୁଲଛତା ଅର୍ପଣ କରା ଯାଇଥାଏ । ଏଥିସହ ଅରୁଆ ଚାଉଳରେ ତିଆରି ଚୂନା, ଗୁଆ ଘିଅ, ଗୁଡ, ନଡିଆକୋରା ଓ ବିଭିନ୍ନ ପ୍ରକାରର ବାସ ମସଲାରେ ତିଆରି ହୋଇଥିବା ପ୍ରଭୁଙ୍କର ମୁଖ୍ୟ ମନୋହରି ଭୋଗ ଲାଗିଥାଏ । ପ୍ରାଚୀନ କାଳରୁ ଏହି ଅର୍କକ୍ଷେତ୍ରରେ ସୌର ଚାଳନା ଅନୁଯାୟୀ ପର୍ବ ପର୍ବାଣୀମାନ ପାଳନ କରାଯାଇଥାଏ । ଏହି ପୀଠକୁ ଓଡ଼ିଶାର ଦ୍ୱିତୀୟ କୋଣାର୍କ ଭାବେ ବିବେଚନା କରାଯାଏ । ଏଠାରେ ଚର୍ତୁମୁଖୀ ବ୍ରହ୍ମା ପୂଜା ପାଆନ୍ତି ଯାହା ଏସିଆ ମହାଦେଶର ଅଦ୍ୱିତୀୟ ଦର୍ଶନ ସ୍ଥାନ ବୋଲି କୁହାଯାଉଛି । ଐତିହାସିକମାନେ ଏହାକୁ ସୂର୍ଯ୍ୟ ଉପାସନ କ୍ଷେତ୍ର ବୋଲି ଚିହ୍ନିତ କରିଥାନ୍ତି । ଅଘିରା ପୂର୍ଣ୍ଣମୀର ପରଦିନରେ ଏଠାରେ ଗୁଣ୍ଡୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ଏଠାରେ ସୂଚନା ଥାଉକି, କୋଣାର୍କ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ବେଳେ ଏହି ବିରଞ୍ଚô ନାରାୟଣ ମନ୍ଦିର ନବମ ଶତାବ୍ଦୀର ବୋଲି ଐତିହାସିକ ମତ ରହିଛି । ମୁଖ୍ୟ ପୂଜକ ରବିନାରାୟଣ ପଣ୍ଡା, ଅଜୟ ପଣ୍ଡା ଓ ସରୋଜ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ କରିଥିବା ବେଳେ ମନ୍ଦିର ଟ୍ରଷ୍ଟି ମୁଖ୍ୟ ବସନ୍ତ ନାୟକ, ମାଳି ସେବାୟତ ବିଜୟ ପାତ୍ର, ସୁଧନ୍ୱା ନାୟକ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦଙ୍କ ଉଦ୍ୟମରେ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି ।