ନଦୀବନ୍ଧ ରାସ୍ତା ଖାଲଖମାରେ ଭର୍ତ୍ତି
ବରୀ: ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ରାସ୍ତା ମରାମତି କରିବାକୁ ଦିଆଯାଇଥିଲା ନିଦେ୍ର୍ଦଶ । ହେଲେ ସରକାରୀ ନିଦେ୍ର୍ଦଶକୁ ଜଳ ସଂପଦ ବିଭାଗ ହେଉ କି ପୂର୍ତ୍ତ ବିଭାଗ ଫୁ’ କରି ଦେଇଛି । ଯାହାଫଳରେ ଏବେ ବର୍ଷା ଲାଗି ରହିବା ପରେ ନଦୀବନ୍ଧ ରାସ୍ତାର ପ୍ରକୃତଚିତ୍ର ସାମ୍ନାକୁ ଆସିଛି । କେଉଁଠି ବିରାଟକାୟ ଖାଲ ତ କେଉଁଠି ଖାଲଖମାରେ ଭର୍ତ୍ତି ନଦୀବନ୍ଧ ରାସ୍ତା । ଯାହାଫଳରେ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ଏଭଳି ଚିତ୍ର ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧମୁଣ୍ଡା-ବଡ଼ସୁଆର ରାସ୍ତାରେ ଦେଖିବାକୁ ମିଳିଛି ।
ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକର ବନ୍ଧମୁଣ୍ଡା ଠାରୁ ବଡ଼ ସୁଆର ତୋଟାସାହି ପର୍ଯ୍ୟନ୍ତ ଯାଇଥିବା ନଦୀବନ୍ଧ ରାସ୍ତାଟି ଖାଲଖମାରେ ଭର୍ତ୍ତି । ପୂର୍ତ୍ତ ବିଭାଗ ଅଧିନ ଏହି ରାସ୍ତାଟି ମରାମତି ଅଭାବରୁ ଏଭଳି ହୋଇ ପଡ଼ିଛି । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଗାଡି ସହିତ ଲୋକମାନେ ଯାତାୟତ କରିଥାନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ଗାଢ଼ ସହିତ ବର୍ଷା ପାଣି ଜମି ରହୁଛି । ପ୍ରତ୍ୟେକ ଦିନ ବାଲିଗାଡି ରାସ୍ତାକୁ ଖରାପ କରିବା ସହିତ ଏହି ରାସ୍ତା ଦେଇ ଏକ ଘରୋଇ ବସ ଯିବା ଆସିବା କରୁଛି । ରାସ୍ତା ଖରାପ ଯୋଗୁ ବନ୍ଧମୁଣ୍ଡା ପାଖକୁ ପ୍ରତ୍ୟେକ ଦିନ ଆସୁଥିବା ମୋ’ବସ ମଧ୍ୟ ବନ୍ଦ ହୋଇଯାଇଛି । ପୂର୍ତ୍ତ ବିଭାଗ ଏହି ରାସ୍ତା ପ୍ରତି ଦୃଷ୍ଟି ନ ଦେବାରୁ ଦିନକୁ ଦିନ ରାସ୍ତା ଖରାପ ହେଇଯାଇଛି । ରାସ୍ତାର ଅବସ୍ଥା ଏପରି ଯୋଗୁ ଲୋକମାନେ ଯାତାୟତ କରିବା କଷ୍ଠ ସାଧ୍ୟ ହୋଇପଡ଼ିଛି । ସଂପୃକ୍ତ ବିଭାଗର ଶୁଭଦୃଷ୍ଟି କେବେ ପଡ଼ୁଛି, ତାହାକୁ ଅଞ୍ଚଳବାସୀ ଅନାଇ ରହିଛନ୍ତି ।