ୟୁଥ୍ ରେଡ୍ କ୍ରସ୍  ପକ୍ଷରୁ ବନ ମହୋତ୍ସବ

 ବ୍ୟାସନଗର: ଭିଏନକଲେଜ ୟୁଥ୍ ରେଡ୍କ୍ରସ୍ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ୧୦୦ରୁ ଅଧିକ ସ୍ଥାନୀୟ ଓ ଶୌଭାମୟ ଗଛ ଲଗାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗ ଦେଇ ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପ୍ରତି ତାଙ୍କର ଅନୁପ୍ରେରଣା ଓ ଦାୟିତ୍ୱବୋଧକୁ ପ୍ରଦର୍ଶନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଶରତ କୁମାର ମଲିକ ଏହାକୁ ଉଦ୍ଘାଟନ କରିଥିଲେ । ୟୁଥ୍ ରେଡ୍ କ୍ରସ୍ ସଂଯୋଜକ ଡ଼.ରଜତ କାନ୍ତ ଦାଶ ଧନ୍ୟବାଦ ଦେଇଥିଲେ । ଯାଜପୁର ରୋଡ ସତ୍ୟସାଇ ସେବା ସଂସ୍ଥା ସହଯୋଗ କରିଥିଲେ । ଏହାସହ ୟୁଥ୍ ରେଡ୍ କ୍ରସ୍ ସଦସ୍ୟ ସୁରେନ୍ଦ୍ର କୁମାର ସାହୁ, ଅତସୀ କୁଶୁମ ନାୟକ, କଲେଜ ପ୍ରଶାସନିକ ମୁଖ୍ୟ ପ୍ରଭାତ କୁମାର ସ୍ୱାଇଁ ଓ ଅଧ୍ୟାପକ ବିବେକାନନ୍ଦ ଜେନା, ଅଜୟ କୁମାର ମହାକୁଡ଼, ତୃପ୍ତିମୟୀ ଦାସ, ବିଦ୍ୟାଧର ରାଉତ, ମାଧବ ଦେହୁରୀ, କୃଷ୍ଣ ମିଶ୍ର, ସାଲଖୁ ମାରାଣ୍ଡି, ରାଜେଶ ସାହୁ, ତାପଜ ପାତ୍ର, ରଞ୍ଜନ ମଲ୍ଲିକ, ମନୋଜ ଦଣ୍ଡପାଟ, ଡ଼. ପ୍ରଜ୍ଞା ପ୍ରବର୍ତିକା ଦାଶ, ହିମାଦ୍ରୀ ତନୟା ଜେନା, ପ୍ରଭାସିନୀ ଗୁଇଁ, କ୍ରିଷ୍ଣାବିତ ରାଉତ, ଅଣ ଶିକ୍ଷକ କର୍ମଚାରୀ ଓ +୩ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ ।