ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଙ୍କୀ: ବାଙ୍କୀ ସ୍ୱୟଂଶାସତ ମହାବିଦ୍ୟାଳୟର ଲକ୍ଷ୍ମୀନାରାୟଣ ମୋଦୀ ଓ ଆଦିବାସୀ ହରିଜନ ଛାତ୍ରାବାସର ମିଳିତ ଆନୁକୂଲ୍ୟରେ ନବାଗତ +୩ ସ୍ନାତକ ଏବଂ ପ୍ରଥମ ବର୍ଷ ସ୍ନାତକୋତ୍ତର ଛାତ୍ରମାନଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ଉତ୍ସବରେ + ୨ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ସଭାପତିତ୍ୱ କରି ନୂତନ ଛାତ୍ରମାନଙ୍କୁ ସ୍ୱାଗତ ଜଣାଇଥିଲେ ।  ଛାତ୍ରାବାସର ତତ୍ତ୍ୱାବଧାରକ ଅଧ୍ୟାପକ ଯୁଗୋଳକିଶୋର ମଣ୍ଡଳ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ର୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଛାତ୍ରମାନେ ଭଲ ମଣିଷ ହୋଇ ନିଜକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଏକାଡେମୀ ବର୍ଷାର ଡକ୍ଟର ଶଶିଭୂଷଣ ମହାପାତ୍ର ଓ ଅଧ୍ୟାପକ ତଥା ସହକାରୀ ତତ୍ତ୍ୱାବଧାରକ ଚିନ୍ମୟଚିତ୍ତରଞ୍ଜନ , ଅତିଥିଭାବେ ଡକ୍ଟର ଶ୍ରୀକାନ୍ତ କୁମାର ଦାଶ, ଅଧ୍ୟାପକ ଚିନ୍ମୟ ତ୍ରିପାଠୀ, କିଶୋର ଚନ୍ଦ୍ର ସ୍ୱାଇଁ ଓ ସୁରଜିତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଅନ୍ୟତମ ସହକାରୀ ତତ୍ତ୍ୱାବଧାରକ ରଞ୍ଜିତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।