ନରେନ୍ଦ୍ର ମୋଦୀ ପୂର୍ବଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ : ପ୍ରଦୀପ ପୁରୋହିତ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଜନ୍ମରେ ଛତ୍ରପତି ଶିବାଜୀ ଥିଲେ ବୋଲି କହିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ ଅଜବ ଯୁକ୍ତି ବାଢିଛନ୍ତି  ।  ।  ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଗିରିଜା ବାବା ମୋଦୀଙ୍କ ପୂର୍ବଜନ୍ମ ବିଷୟରେ ଏଭଳି କିଛି କହିଥିବା ପାର୍ଲାମେଣ୍ଟରେ କହିଛନ୍ତି ବରଗଡ଼ ସାଂସଦ ।  ଗିରିଜା ବାବା ପ୍ରଦୀପ ପୁରୋହିତଙ୍କୁ କହିଛନ୍ତି ପୂର୍ବଜନ୍ମରେ ଯିଏ ଛତ୍ରପତି ଶିବାଜୀ ମହାରାଜ ଥିଲେ ଏ ଜନ୍ମରେ ନରେନ୍ଦ୍ର ମୋଦୀ ହୋଇଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଦେଶକୁ ବିକଶିତ ଭାରତ କରିବା ଦିଗରେ ସେ ଲାଗି ପଡିଛନ୍ତି। ପ୍ରଦୀପ ପୁରୋହିତଙ୍କ ଏଭଳି ବୟାନକୁ ନେଇ ସାଧାରଣରେ ଚର୍ଚ୍ଚା କରାଯାଉଛି।