ଜାତୀୟ ବିଜ୍ଞାନ ଦିବସ ପାଳିତ 

ଜଗତସିଂହପୁର : ଜଗତସିଂହପୁର ସଦରସ୍ଥିତ ବଡ଼ବଜାରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ ଖୁଣ୍ଟିଆଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ସଂଯୋଜନା କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଶିଶୁ ମେଳାରେ ବିଦ୍ୟାଳୟର ସଭାପତି ଈଶ୍ୱର ଚନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବୀଣାପାଣି ହାଇସ୍କୁଲର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସୋମନାଥ ସ୍ୱାଇଁ ଉଦ୍ଘାଟନ କରିବା ସହିତ ଶିଶୁଙ୍କ ବିଭିନ୍ନ ପ୍ରତିଯୋଗିତାକୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରଶ୍ନମଞ୍ଜ, ବିଜ୍ଞାନ ବକୃତା, ବିଜ୍ଞାନ ପତ୍ରବାଚନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ସହ ପ୍ରଧାନ ଆଚାର୍ଯ୍ୟ ନିହାର ରଞ୍ଜନ ମହାପାତ୍ର, ଶଙ୍କର୍ଷଣ ଦାସ, ବିଜ୍ଞାନ ଆଚାର୍ଯ୍ୟ ଗୋବିନ୍ଦ ପ୍ରସାଦ ନାୟକଙ୍କ ତତ୍ୱାବଧାନରେ ପ୍ରଶ୍ନ ମଞ୍ଜ ଆୟୋଜିତ କରାଯାଇଥିଲା । ମନମୋହନ ମହାପାତ୍ର ଶିଶୁଙ୍କୁ ପ୍ରଶ୍ନ ପଚାରିଥିଲେ । ବିଜ୍ଞାନ ଆଚାର୍ଯ୍ୟା ଅମିତା ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ଗୁରୁଜୀ ଗୁରୁମା ରଶ୍ମିରେଖା ରାଉତରାୟ, ମଧୁସ୍ମିତା ଷଢଙ୍ଗୀ, ନମିତା ସାହୁ, ବସନ୍ତ ମହାରଣା, ସୁରେନ୍ଦ୍ର ମୁଦୁଲି, ସୁଧୀର ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀକାନ୍ତ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ହରିହର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।