ଏଫଏଆଇର ସହ ଅଧ୍ୟକ୍ଷ ହେଲେ ଶିବ ପ୍ରସାଦ
ଭୁବନେଶ୍ୱର: ଫର୍ଟିଲାଇଜର ଆସୋସିଏସନ ଅଫ ଇଣ୍ଡିଆ (ଏଫଏଆଇର) ସହ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ଡକ୍ଟର ଶିବ ପ୍ରସାଦ ମହାନ୍ତି । ଏବେ ସେ ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଇିମିଟେଡ଼ର ପରିଚାଳନା ନିଦେ୍ର୍ଦଶକ ଅଛନ୍ତି । ଗତ ମେ’ ୩୦ରେ ମହାଧନ ଏଗ୍ରିଟେକ୍ କମ୍ପାନୀର ପରିଚାଳନା ନିଦେ୍ର୍ଦଶକ ଶୈଳେଶ ଚନ୍ଦ୍ର ମେହେଟ୍ଟା ଏଫଏଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଡକ୍ଟର ମହାନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଜିନେସ ମ୍ୟାନେଜମେଣ୍ଟ କରିବା ପରେ ଆଇଆଇଏମ ଲକ୍ଷ୍ନୌ ଓ ଆଇଆଇଏମ କୋଲକାତାରେ ମଧ୍ୟ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି । କୃଷି ବିପଣନରେ ତାଙ୍କର ପ୍ରାୟ ୩୫ ବର୍ଷର ଅଭିଜ୍ଞତା ରହିଛି । ବିଭିଏଫସିଏଲର ସିଏମଡ଼ି ଭାବେ ସେ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ । ସେହିପରି ଏଆଇଏଲର ସିଏମଡ଼ି ଭାବେ ବି ଦାୟିତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଏଚଆଇଏଲ ବହୁ ସଫଳତା ଲାଭ କରିବା ସହ ଅନ୍ତର୍ଜାତୀୟ ସମ୍ମାନ ମଧ୍ୟ ହାସଲ କରିଥିଲା । ଦେଶର ୫୦ ଗ୍ରାମୀଣ ବିପଣନ ପେଶାଦାର ତାଲିକାରେ ମଧ୍ୟ ସେ ସ୍ଥାନ ପାଇଛନ୍ତି । ଏହାଛଡ଼ା ଉଦ୍ୟୋଗ ରନô, ହିନ୍ଦୀ ଗୌରବ ଭଳି ଅନେକ ସମ୍ମାନଜନକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ପୂର୍ବରୁ ଶ୍ରୀ ମହାନ୍ତି ଏଫଆଇଏ ପୂର୍ବାଞ୍ଚଳର ଅଧ୍ୟକ୍ଷ ଭାବେ ବି ଦାୟିତ୍ୱରେ ରହିଥିଲେ ।