ନାବାଳିକା ଅପହରଣ ମାମଲା, ଯୁବକ ଗିରଫ

ତିହିଡି : ନାବାଳିକା ଅପହରଣ ମାମଲାରେ ଫେରାର ଥିବା ସୁବାସ ଜେନା ନାମକ ଜନୈକା ଯୁବକକୁ ତିହିଡି ପୁଲିସ ଗିରଫ କରିଛି । ଗତବର୍ଷ ଜାନୁଆରୀ ମାସରେ କମାରିଆ ଅଞ୍ଚଳର ସୁବାସ ଗୁଡ଼ୁପାଳ ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ କରିନେଇଥିଲା । ତେବେ ପୁଲିସ ନାବାଳିକାକୁ ଉଦ୍ଧାର କରିଥିବା ବେଳେ ସୁବାଷ ସେବେଠାରୁ ଫେରାର ହୋଇଯାଇଥିଲା । ସେ ଘରକୁ ଫେରିଥିବା ପୁଲିସ ଜାଣିବା ପରେ ତାକୁ ଗିରଫ କରିଛି ।