ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ : ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି
ବନ୍ତ: ଚାଷୀଙ୍କ ଉନ୍ନତି ଦିଗରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଖରିଫ ଧାନ ବିକ୍ରୟ ପାଇଁ ସମବାୟ ମାଧ୍ୟମରେ ମଣ୍ଡି ଖୋଲି ସରକାରୀ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଏଥର ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ୮୦୦ ଟଙ୍କା ସବ୍ସିଡ୍ ଦେଉଥିବାରୁ ଚାଷୀ ଉତ୍ସାହିତ ଥିଲେ । କିନ୍ତୁ ବିଡମ୍ବନାର ବିଷୟ ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତରେ ମଣ୍ଡି ୫ ତାରିଖରେ ଖୋଲିଥିଲାବେଳେ ଆଜକୁ ୧୭ ଦିନ ବିତିଯାଇଥିବା ବେଳେ ଧାନ ଦେବାରୁ ବଞ୍ଚôତ ଅଛନ୍ତି ଚାଷୀ । କିପରି ଚାଷୀଙ୍କ ଧାନ ମଣ୍ଡିରେ ଦିଆଯିବ ସେଥିପାଇଁ ଜିଲ୍ଲପାଳ ଓ ବିଭୀଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଚାଷୀ ।
ସୂଚନାରୁ ପ୍ରକାଶ ପୂର୍ବ ଖରିଫ୍ରେ ଜଗା କାଳିଆ ଏସଏଚ୍ଜି ଗ୍ରୁପ ଧାନ କିଣିବାର ଦାୟିତ୍ୱ ନେଇଥିଲେ । ସରକାର ବଦଳିବା ପରେ ତାଙ୍କ ସ୍ଥାନରେ ଚଳିତ ବର୍ଷ ବାଟ ମଙ୍ଗଳା ଏସଏଚଜି ଗ୍ରୁପକୁ ଦାୟିତ୍ୱ ଦିଆଯାଇଥିବାବେଳେ ୫ତାରିଖ ଦିନ ମଣ୍ଡି ଉଦ୍ଘାଟନ କରିଥିଲେ । ଅପରପକ୍ଷ ଜାଗାକାଳିଆ ଗ୍ରୁପ ସରକାର ବିରୋଧରେ ଯାଇ କୋର୍ଟର ଦ୍ୱାରସ୍ଥ ଥିବାରୁ ଚାଷୀଙ୍କ ଧାନ କିଣା ଠପ୍ ହୋଇଯାଇଛି । ଚାଷୀ ଧାନ ବିକ୍ରି ପଞ୍ଜିକୃତ ଧାର୍ଯ୍ୟ ସମୟ ସରିଯାଉଥିବାବେଳେ ଏବେ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ । କିପରି ଧାନ ବିକ୍ରି କରିବେ ୧୦ ଗୋଟି ରାଜସ୍ୱ ଗ୍ରାମର ଚାଷୀ ଜିଲ୍ଲାପାଳ ଓ ବିଭାଗୀୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଏ ବିଷୟରେ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରି କିପରି ମଣ୍ଡି ମାଧ୍ୟମରେ ଧାନ ଦିଆଯିବ ପ୍ରଫୁଲ୍ଲ ରାଉତ, ଅନନ୍ତ ଦାସ, ସୁକାନ୍ତ ରାଉତ, ଅଭିମନୁ୍ୟ ରାଉତ, କୁଳମଣି ରାଉତ ବସନ୍ତ ଖଣ୍ଡା, ଲଷ୍ମୀଧର ଜେନା, ଜଗନ୍ନାଥ ପରିଡା, ପ୍ରମୋଦ ରାଉତ, କୃଷ୍ଣଚନ୍ଦ୍ର ସାହୁ, ରାଜକିଶୋର ରାଉତ, କୀର୍ତ୍ତନ ରାଉତ, ରବୀନ୍ଦ୍ର ପଣ୍ଡା, ପୀତବାସ ସାହୁ, ନାରାୟଣ ସେଠୀ,ଚନ୍ଦନ କୁମାର ସାହୁ, ଶଙ୍କର୍ଷଣ ରାଉତ,ଚିନ୍ତାମଣୀ ଘଡ଼ାଇଙ୍କ ସମେତ ଶତାଧିକ ଚାଷୀ ଦାବି କରିଛନ୍ତି ।