ଜବରଦଖଲକାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ମାଲକାନଗିରି : ନିଜ ବାପାଙ୍କ ନାମରେ ଥିବା ଜମିକୁ ଅନ୍ୟ ଜଣେ ହଡପ କରି ନେଇଥିବା ବେଳେ ଉକ୍ତ ଜମିକୁ ଫେରି ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଝିଅ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଏମଭି ୧୮ଗ୍ରାମର ସୋମା ରାୟ ନିଜ ବାପା ସୁବୋଧ ରାୟଙ୍କ ଏକମାତ୍ର କନ୍ୟା ଅଟନ୍ତି । ତେବେ ନିଜ ପିତାଙ୍କ ସେସ ସମୟରେ ମଧ୍ୟ ସୋମା ସମସ୍ତ ଦେଖାଶୁଣା କରୁଥିବା ବେଳେ ପିତା ସୁବୋଧ ତାଙ୍କୁ ନିଜ ନିକଟରେ ଥିବା ଜମି ଦେଇଥିଲେ । ଜମିର ସମସ୍ତ କାଗଜ ତଥା ପଟ୍ଟା ସୋମଙ୍କୁ ପ୍ରଦାନ କରିଥିବା ବେଳେ ଇତି ମଧ୍ୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଝିଅ ସୋମା ନିଜ ସ୍ୱାମୀ ମଧୁସୂଦନ ଦାସଙ୍କ ସହ ନିଜ ବାପା ଦେଇଥିବା ଜମିକୁ ଯାଇ ଦେଖନ୍ତି ତ କିଛି ବ୍ୟକ୍ତି ତାହାକୁ ମାଡି ବସିଥିଲେ । ତେବେ ସେମାନଙ୍କୁ ସେଠାରୁ ହଟିବା ପାଇଁ କହିଥିଲେ ମଧ୍ୟ ଜବରଦଖଲକାରୀମାନେ ସୋମକୁ ମନା କରିଥିବାରୁ ସୋମା ମାଲକାନଗିରି ସିଭିଲ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯାହା ପରେ ସୋମାଙ୍କ ବିଜୁଆୟ ହୋଇଥିଲା ଓ ସୋମା ହିଁ ସେହି ଜମିର ମାଲିକ ଭାବେ ନିଷ୍ପତି ନିଆଯାଇଥିଲା । ତଥାପି, ଆଦାଲତର ଆଦେଶ ସତ୍ତ୍ୱେ ଜମିକୁ ହଡପ କରିଥିବା ବ୍ୟକ୍ତି ମାନେ ଜମିରେ ପକ୍କା ଘର ତିଆରି କରିବା ଆରମ୍ଭ କରିଛନ୍ତି ଏବଂ ଜମିକୁ ହାତେଇବା ପାଇଁ ପ୍ରୟାସ କରୁଛନ୍ତି । ତେବେ କେବଳ ଏତିକି ନୁହେ ଚଞ୍ଚକତା କରି ତାଙ୍କ ଜମିକୁ ଡି. ବେଙ୍କଟ ରାଓଙ୍କ ନାମରେ ଥିବା ଭଳି ପଟ୍ଟା ପ୍ରସ୍ତୁତ କରାଯାଇଥିବା ମଧ୍ୟ ସୋମା ଅଭିଯୋଗ କରିଛନ୍ତି । ଗୋଟିଏ ଜମିର ଦୁଇ ଦୁଇଟି ପଟ୍ଟା ଓ ଭିନ୍ନ ମାଲିକ କିପରି ହେଲେ, ଯାହାକୁ ନେଇ ସେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇ ନ୍ୟାୟ ଭିକ୍ଷା କରିଛନ୍ତି । ଆଦାଲତର ଆଦେଶକୁ ପାଳନ କରି ଜମି ଜବର ଦଖଲକୁ ଖାଲି କରିବା ସହ ମୋର ଆଧିକାରିକ ସମ୍ପତ୍ତିକୁ ଫେରାଇ ସୁରକ୍ଷା ପ୍ରଦାନ ପାଇଁ ସୋମା ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ସେହିପରି ଗୋଟିଏ ଜମିକୁ କିପରି ଦୁଇଜଣ ବ୍ୟକ୍ତିଙ୍କ ନାମରେ ପଟ୍ଟା କରାଯାଇଛି ଓ ଏଥିରେ ଜଡିତ ଅଧିକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୋମା ଅନୁରୋଧ କରିଛନ୍ତି ।