ନାରୀର ଆତ୍ମବିଶ୍ୱାସ


ନାରୀ ଭଗବାନଙ୍କ ସୃଷ୍ଟିର ଏକ ଅନୁପମ ସର୍ଜନା । ଜଣେ ଦାୟିତ୍ୱବାନ ମହିଳା ମାନସିକ ଓ ଶାରୀରିକ ଭାବେ ଶକ୍ତିଶାଳୀ ହେବା ନିହାତି ଆବଶ୍ୟକ । ଆପଣ କେବେ ଏମିତି ଚିନ୍ତା କରିଛନ୍ତି କି । ଆସନ୍ତୁ ଜାଣିବା ଜଣେ ଶକ୍ତିଶାଳୀ ମହିଳା ହେବାପାଇଁ କ'ଣ ଜରୁରି । ଆତ୍ମବିଶ୍ୱାସ ହେଉଛି ନାରୀ ଜୀବନର ପ୍ରମୁଖ ଅଂଶ । ଆତ୍ମବିଶ୍ୱାସୀ ହେବା ଆତ୍ମ ପ୍ରେମର ଏକ ଉଦାହରଣ ଏବଂ ଏହା ଆମକୁ ତୁଳନାତ୍ମକ ବିଚାରଧାରାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଅଧିକ ସର୍ଜନଶୀଳ ହେବା ଆପଣଙ୍କୁ ସଫଳ ଅନୁଭବ କରାଏ । ଉପଯୁକ୍ତ କାରଣ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକରେ ସମୟ ବିତାଇବା ଜରୁରି । ଏହାଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଭଲ ରହେ । ମାନସିକ ଭାବେ ସଶକ୍ତ ମହିଳାମାନେ "ମୁଁ ଆଉ କ'ଣ ନୂଆ କରିପାରିବି' ପ୍ରଶ୍ନକୁ ବାରମ୍ବାର ନିଜକୁ ପଚାରିବା ଦରକାର । କିନ୍ତୁ ସବୁ ପରେ ବି ଅତ୍ୟଧିକ ପରିଶ୍ରମରୁ ବିରତି ନେଇ ନିଜକୁ ସମୟ ଦେବା ଉଚିତ । ଆଶାବାଦୀ ଓ ସକାରାତ୍ମକ ହେବା ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଗୁରୁତ୍ୱପୂର୍ଣ୍ଣ । ସବୁବେଳେ ଆଶାବାଦ ଓ ସକାରାତ୍ମକତା ପ୍ରଦର୍ଶନ କରିବା ସମ୍ଭବ ନହୋଇପାରେ, କିନ୍ତୁ ଯଥା ସମ୍ଭବ ନିଜର ମାନସିକ ସୁସ୍ଥତା ବଜାୟ ରଖିବା ପାଇଁ ପ୍ରଚେଷ୍ଟା କରିବା ଦରକାର । ଏହା ନିଜର ତଥା ଅନ୍ୟମାନଙ୍କ ମନୋଭାବକୁ ମଧ୍ୟ ପ୍ରଭାବିତ କରିଥାଏ ।କୌଣସି ପ୍ରତିକୂଳ ପରିସ୍ଥିତିରେ ହାର ମାନିବା ଏବଂ ଅନ୍ୟର ଖୁସି ପାଇଁ ନିଜକୁ ପରିବର୍ତ୍ତନ ଅଧିକାଂଶ ସମୟରେ ଜରୁରି ନୁହେଁ । ମାନସିକ ଭାବେ ଦୃଢ଼ ଥିଲେ ଜଣେ ମହିଳା ଯେ କୌଣସି ପରିସ୍ଥିତିରେ ସଠିକ ମୁକାବିଲା କରିବା ସହିତ ନିଜ ଭଳି ବଞ୍ଚôବା ନିହାତି ଆବଶ୍ୟକ । 
ଲୋପାମୁଦ୍ରା ସାମଲ
ମୋ : ୯୪୩୭୨୨୬୬୪୭