ନିଆରା ଢଙ୍ଗରେ ରଜ ମହୋତ୍ସବ

 ଧର୍ମଶାଳା : ଧର୍ମଶାଳା ବ୍ଲକ ଅଭୟପୁର ପଞ୍ଚାୟତ ରତନପୁର ଗ୍ରାମରେ ରଜ ମହୋତ୍ସବ ପାଳିତ ହୋଇଛି । ମହୋତ୍ସବ ୫ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ୨୦୧୮ମସିହାରେ ଆରମ୍ଭ ହେଇଥିବା ଏହି ମହୋତ୍ସବ ୮ବର୍ଷରେ ପହଞ୍ଚିଛି । ଗ୍ରାମବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ମହୋତ୍ସବରେଅତିଥି ଭାବେ ମୁରଲୀ ପାଣ୍ଡବ ମୁଖ୍ୟ, ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ମନୋଜ କୁମାର ରାଉତ ପ୍ରମୁଖ ଯୋଗଦେଇ ରତନପୁର ଗ୍ରାମରେ ରଜ ମହୋତ୍ସବକୁ ନିଆରା ଢଙ୍ଗରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ବୋଲି ଅତିଥି  ମତବ୍ୟକ୍ତ କରିଥିଲେ ।   ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଶତପଥୀ ସଭାପତିତ୍ୱ କରିଥିଲେ । ଯୁବନେତା ତପନ ସେଠୀ, ବିଜୟ କୁମାର ରାଉତ, ଭଜମନ ରାଉତ, ନାରାୟଣ ବେହେରା,ସନ୍ତୋଷ ବେହେରା, ଲକ୍ଷ୍ମୀଧର ସାହୁ, ସନ୍ତୋଷ ଦାଶ ପ୍ରମୁଖ ଏହି ରଜ ମହୋତ୍ସବକୁ ପରିଚାଳନା କରୁଛନ୍ତି । ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଜୀତେନ୍ଦ୍ର ଶତପଥୀ ଧନ୍ୟବାଦ ଦେଇଥିଲେ ।