ମେସିନ ଲୁଟୁଛି ରାଇଛନ୍ଦା ବାଲିଘାଟ: ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

 କବାଟବନ୍ଧ: ଧର୍ମଶାଳା ତହସିଲ ଅଧିନ ବ୍ରାହ୍ମଣୀ ବ୍ରିଜ ରାଇଛନ୍ଦା ବେଆଇନ ବାଲି ଉତୋଳନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବେଆଇନ ବାଲି ଉତ୍ତୋଳନ ଓ ଚାଲାଣକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଉଛି । ଲଘୁ ଖଣିଜର ଚୋରା କାରବାରରେ ଗୋକ୍ ଲଗାଇବାକୁ ସବୁ ସ୍ତରରେ ଆଇନ କାନୁନ ପ୍ରଣୟନ କରାଯାଉଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଆଇନ୍ କାର୍ଯ୍ୟକାରୀ ହୋଇ ପାରୁନଥିବା ବେଳେ, ସବୁ ଆଇନକୁ ଫାଙ୍କି ଚାଲିଛନ୍ତି ଲିଜଧାରୀ । ଅଭିଯୋଗ ମତେ ଧର୍ମଶାଳା ତହସିଲ ଅଧିନ ରାଇଛନ୍ଦା ବାଲି ଘାଟ ଯାହାର ପ୍ଲଟ ୨(ପି), ଖାତାନଂ ୪୮୧, ୨୦ଏକର ପରିମିତ ନଦୀ ବାଲି ଶଯ୍ୟାକୁ ଲିଜ ଦିଆଯାଇଛି । ଲିଜଧାରିଙ୍କୁ ଚାରି ସୂତ୍ରୀ ନିୟମ ପାଳନ କରିବାକୁ ନିର୍ଦେଶ ରହିଛି । ପ୍ରକୃତପକ୍ଷେ ବାଲି ଘାଟରୁ ଦୈନିକ ବେଆଇନ ଭବରେ ୧୦୦ଟ୍ରିପରୁ ଅଧିକ ହାଇୱା, ଟିପ୍ପର, ଟ୍ରାକ୍ଟର ଗାଡିରେ ସେଠାରୁ ବାଲି ଉଠାଯାଇ ବାହାରକୁ ପଠାଯାଉଥିବା ଅଭିଯୋଗକାରୀ କହିବା ସହିତ ବେଆଇନ ଉତ୍ତୋଳନକୁ ଲଘୁ ଖଣି ଉପନିର୍ଦେଶକ ଆଖି ବୁଜି ଦେଇଛି । ଏହାକୁ ନେଇ ରାଇଛନ୍ଦା ଗ୍ରାମ ପକ୍ଷରୁ ବେଆଇନ ବାଲି ଉତ୍ତୋଳନ ଏବଂ ପରିବହନ ହେଉଥିବାରୁ ଧର୍ମଶାଳା ବ୍ଲକ୍ ଜିଲାପାଳଙ୍କ ଜନଶୁଣାଣି ଶିବିର ୩୦ଡିସେମ୍ବରରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା । ପୁନଶ୍ଚ ଜାନୁଆରୀ ୧୫ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଖଣିମଣ୍ଡଳ ଲଘୁ ଖଣି ଉପ ନିଦେ୍ର୍ଦଶକଙ୍କୁ ଅଭିଯୋଗ କରାଯାଇଛି । ଲିଜ୍ ବାଲିଘାଟରେ ଯଦି ପାଣି ପଶି ଯାଉଛି ତେବେ ଆଖପାଖରେ ଯେଉଁଠି ଶୁଖୁଲା କୁଦ ଜାଗା ରହିଛି ସେଠାରୁ ଲିଜଧାରୀ ନିର୍ଭୟରେ ବାଲି ଇଠାଇଛନ୍ତି । ନଦୀ ଭିତରେ ଥିବା କୂଦକୁ କାଟିଲେ ନଦୀର ଗତିପଥ ବଦଳି ଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ । କୁଦ କୁ କାଟି ହାଇୱା ସାହାଯ୍ୟରେ ଲୁଟୁଥିବା ଅଭିଯୋଗ ଆଣିଛନ୍ତି । ଯେତେବେଳେ କି ଉକ୍ତ ଘାଟକୁ ବାଲିଘାଟକୁ ମେସିନ ପ୍ରବେଶ ନିଷେଧ ରହିଛି । କିନ୍ତୁ ନଦୀ ଗର୍ଭରେ ମେସିନ ପଶି ବାଲି ବୋଝେଇ କରୁଛି । ଏହା ଦ୍ୱାରା ସ୍ଥାନୀୟ ଅଧିବାସୀ ଯାବତୀୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।