ଅବସରପ୍ରାପ୍ତ କର୍ମଚାରୀ ସଂଘର ମାସିକ ବୈଠକ

 ଯାଜପୁର ଟାଉନ : ଅବସରପ୍ରାପ୍ତ କର୍ମ·ରୀ ସଂଘର ବୈଠକ ସଭାପତି ଅବରସପ୍ରାପ୍ତ ପୁଲିସ୍ ପ୍ରଶାସକ ଗଦାଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ପେନ୍ସନ୍ ବିଷୟରେ ଉପସଭାପତି ଧନଞ୍ଜୟ କେଶରୀ ରାଉତରାୟ, ସମ୍ପାଦକ ପ୍ରଦୀପ କୁମାର ଦାସ, ଭାରତ ସରକାର ଓ ଓଡ଼ିଶା ସରକାର ପକ୍ଷପାତିତା ଉପରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ବରିଷ୍ଠ ନାଗରିକ ସଂଘର ସଭାପତି ନୃସିଂହ ଚରଣ ମହାପାତ୍ର, ସମ୍ପାଦକ ପ୍ରବୋଧ କୁମାର ନାୟକ, ସହ ସମ୍ପାଦକ ବୃନ୍ଦାବନ ମିଶ୍ର, ବରିଷ୍ଠ ସଦସ୍ୟ ଶିଶିର କୁମାର ମହାପାତ୍ର, ନୃସିଂହ ଚରଣ ଜେନା, କୈଳାସ ଚନ୍ଦ୍ର ସାମନ୍ତ, ପ୍ରଶାନ୍ତ କୁମାର ନାୟକ, କୈଳାସ ଚନ୍ଦ୍ର ମଲ୍ଲିକ, ରଜତ କୁମାର ମହାନ୍ତି, ମିହିର ରଂଜନ ନାୟକ, ବିଷ୍ଣୁ ଚରଣ ଲେଙ୍କା, ଚନ୍ଦ୍ରଶେଖର ପାଣି ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ସଂଘର ଉପ-ସଭାପତି ଉଦୟ ନାରାୟଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।